ରେଳ ବଜେଟ: ଓଡିଶା ଦାବି କଲା ୭୨୦୦ କୋଟି

ଭୁବନେଶ୍ୱର,୨୭ ।୧ : ରେଳ ବଜେଟରେ ଓଡିଶାର ଦାବି ନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ଦୁଇଟି ପାର୍ଟରେ ରେଳ ବଜେଟ୍ ଦାବି ଉପସ୍ଥାପନ କରିଛନ୍ତି । ଚଳିତ ରେଳ ବଜେଟ ପାଇଁ ଓଡିଶା ଦାବି କରିଛି ୭୨୦୦ କୋଟି ଟଙ୍କା । ପୁରୁଣା ପ୍ରକଳ୍ପ ପାଇଁ ୩୫୦୦ ଓ ନୂଆ ପ୍ରକଳ୍ପ ପାଇଁ ୩୭୦୦ କୋଟି ଟଙ୍କାର ଦାବି କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ ହୋଇଛି । ରେଳ ବଜେଟରେ ଓଡିଶାର ଦାବି ପୂରଣ ହେବା ଦରକାର । ବିଭିନ୍ନ ରେଳ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡିଛି ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ ନିଜର ପ୍ରତିକିୟାରେ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: