ରୋଗୀଙ୍କୁ ମାଗଣାରେ ଆମ୍ବ ବଣ୍ଟନ କରି ଚର୍ଚ୍ଚାରେ ଆମ୍ବ ଚାଷୀ

କଳାହାଣ୍ଡି /ନର୍ଲା,୨୫/୫  (ସୁରେଶ ଚନ୍ଦ୍ର ସାହୁ):କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ୍ କର୍ଲାକୋଟ ଗାଁର ଗୋପିନାଥ ଶବର l ଚାକିରି ରୁ ଅବସର ଗ୍ରହଣ ପରେ ତାଙ୍କୁ ଘାରିଛି ଚାଷ ର ନିଷା l ତେବେ ଦିର୍ଘ ବର୍ଷ ଶିକ୍ଷକତା କରି ଅଞ୍ଚଳରେ ବେସ ପ୍ରଶଂସା ର ପାତ୍ର ହୋଇଛନ୍ତି ଏହି ବରିଷ୍ଠ ଶିକ୍ଷାବିତ ଜଣକ l ନିଜ ୧୧ ଏକର୍ ଜମିରେ ୨ ଶହ ଆମ୍ବ ଗଛ ଲାଗାଇ ସଫଳ ଚାଷୀ ଭାବେ ନିଜକୁ ପ୍ରମାଣିତ କରିଛନ୍ତି ଗୋପିନାଥ ଶବର l

 

କିନ୍ତୁ ମହାମାରୀ କାରଣ ରୁ ଆମ୍ବ ବ୍ଯବସାୟ ମାନ୍ଦା ହୋଇ ଯାଇଛି l ଯାହା ଫଳରେ ଆମ୍ବ ରହିକି ପଚି ସଢି ଖରାପ ହୋଇଯିବା ବଦଳରେ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଓ କୋରୋନା ଆକ୍ରାନ୍ତ ଙ୍କୁ ମାଗଣାରେ ଆମ୍ବ ବଣ୍ଟନ ପାଇଁ ଇଚ୍ଛା ରଖି ଜୁନାଗଡ ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ଜୁନାଗଡ ଚିକିତ୍ସା ଅଧିକାରୀ ଙ୍କୁ ମଧ୍ଯ ଅବଗତ କରିଛନ୍ତି ଆମ୍ବ ଚାଷୀ ଜଣକ l

 

ଗୋପିନାଥ ୨୦୦୫ ମସିହାରେ ବୁଡିଦର ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ପ୍ରାଧାନ ଶିକ୍ଷକ ପଦବି ରୁ ଅବସର ଗ୍ରହଣ କରିବା ପରେ ୨୦୦୭ ମସିହାରେ ଆରମ୍ଭ କରିଥିଲେ ଆମ୍ବ ଚାଷ l ପ୍ରତି ବର୍ଷ ନିଜ ବଗିଚା ରୁ ୭୫ ରୁ ୮୦ କ୍ଯୁଣ୍ଟାଲ୍ ଆମ୍ବ ସଂଗ୍ରହ କରି ବଜାର ରେ ବିକ୍ରି କରି ଲାଭବାନ ହେଉଥିଲେ ଗୋପିନାଥ l

କିନ୍ତୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଅଧିକ ପରିମାଣ ରେ ଆମ୍ବ ଅମଳ ହୋଇଥିଲେ ହେଁ କରୋନା ମହାମାରୀ ଯୋଗୁଁ ସେଷବୁ ବିକ୍ରୀ ହୋଇ ପାରୁନାହିଁ l ଯାହା ଫଳରେ ଆମ୍ବ ପଚିକି ସଢିବା ବଦଳରେ ରୋଗୀଙ୍କୁ ମାଗଣାରେ ଆମ୍ବ ବାଣ୍ଟୁଛନ୍ତି ଗୋପିନାଥ ଶବର l

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: