ଗଞ୍ଜାମ,୧୯/୯(ମନୋଜ ପାତ୍ର):ହିଞ୍ଜଳିକାଟୁ ବ୍ଳକ ଅନ୍ତର୍ଗତ ସାରୁ ଗ୍ରାମରେ ବ୍ଳକ ତରଫରୁ ଆୟୋଜିତ ଅଙ୍କୁର ଓ ପୋଷଣ ମେଳାରେ ରୋଟାରୀ କ୍ଳବ ଇଷ୍ଟ ଯୋଗଦେଇ କ୍ଳବ ଇଷ୍ଟ ତରଫରୁ ଉପସ୍ଥିତ ଗର୍ଭ ବତୀ ମା ଓ ମହିଳା ମାନଙ୍କୁ ପୁଷ୍ଟିକର ଖାଦ୍ୟ ପୁଡିଆ, ମାସ୍କ, ସେନି ଟାଇଜର ବିତରଣ କରାଯାଇଥିଲା ।ଅନୁଷ୍ଠିତ ଏକ ସଭାରେ ବ୍ଳକ ଅଧ୍ୟକ୍ଷ ଏନ୍:ରଘୁନାଥ, ବିଡିଓ ପ୍ରସନ୍ନ କୁମାର ପାତ୍ର, ହିଂଜିଳି ବ୍ଳକ ଆଇ ସିଡିସି ବନଜା ମଂଜରୀ ବେହେରା ଯୋଗଦେଇ ବର୍ତ୍ତମାନର କରୋନା ଜନିତ ପରିସ୍ଥିତିରେ ମା ଓ ମହିଳା ମାନଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ ।ରୋଟାରୀ କ୍ଳବ ଇଷ୍ଟର ସଭାପତି ରଂଜିତ କୁମାର ପାତ୍ର, ସଂପାଦକ କାମରାଜୁ ମହାରଣା, ପୂର୍ବତନ ସଭାପତି ପ୍ରଦୀପ କୁମାର ପଣ୍ଡା, ଅସିତ ଦତ୍ତ, ପ୍ରଦୀପ କୁମାର ପଟ୍ଟନାୟକ, ଜଗଜୀବନ ପାତ୍ର, କିରଣ ବାଳା ପଣ୍ଡା, ଇନରହ୍ବିଲର ସଭାନେତ୍ରୀ ଅରୁଣିମା ଦାଶ, ସଂପାଦିକା ସଂଯୁକ୍ତା ଚୌଧୁରୀ ଯୋଗଦେଇ ଉପସ୍ଥିତ ନାରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ ।କ୍ଳବ କର୍ମକର୍ତ୍ତା ମାନେ ସାରୁ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରିଥିଲେ ।କୋଭିଡ ସଖୀ କାର୍ଯ୍ୟକ୍ରମ ମଧ୍ୟ ଏଇ ଅବସରରେ ଆୟୋଜିତ କରାଯାଇଥିଲା ।ଉଭୟ କାର୍ଯ୍ୟକ୍ରମରେ ସାରୁ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ମଧ୍ୟ ଯୋଗଦେଇ ଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |