ରୋଷେଇ ଘରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ

ସୁବର୍ଣ୍ଣପୁର ,୨୫ା୪  : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଶଙ୍କରା ଗାଁରେ ଅଘଟଣ । ଗ୍ୟାସ ଲିକ୍ ହୋଇ ଜଣେ ନାବାଳକ ମୃତକ । ମୃତ ହେଲେ ଶଙ୍କରା ଗାଁର ୧୦ ବର୍ଷୀୟ ବାବୁସାନ ଗୁଦୁରିଆ I ଘରେ ରୋଷେଇ କରିବା ପାଇଁ ପରିବାର ଲୋକେ ଗ୍ୟାସ୍ ଟାଙ୍କି ଅନ କରିଥିବା ସମୟରେ ହଠାତ ଗ୍ୟାସ ଟାଙ୍କିରୁ ନିଆଁ ଲାଗିଯାଇଥିଲା । ତେବେ ନାବାଳକଟି ସେଠି ଛିଡାହୋଇଥିବାବେଳେ ଜୀବନ୍ତ ଜଳିଯାଇଥିଲେ । ଏହି ଅଗ୍ନିକାଣ୍ଡରେ ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡ଼ିଛି । ବାବୁସାନଙ୍କୁ ଚିକିତ୍ସା ପାଇଁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ସବୁ ସରିଯାଇଥିଲା । ସେହିପରି କୋଣାର୍କର କରୁଣା ଗ୍ରାମରେ ଏକ ଅଗ୍ନିକାଣ୍ଡ ଘଟି ୮ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ, ବିଳମ୍ବିତ ରାତ୍ରିରେ ଏକ ଗୁହାଳ ଘରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ୨ ଗୋରୁ ଗୁରୁତର ହେବା ସହ ୪ ନଡ଼ିଆ ଗଛ ଜଳିଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରିସାରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: