ଲକ୍ଷ୍ନୌକୁ ୧୮ ରନରେ ହରାଇଲା ବେଙ୍ଗାଲୁରୁ

ମୁମ୍ବାଇ, ୨୦।୦୪: ନବାଗତ ଲକ୍ଷ୍ନୌ ସୁପରଜିଆଣ୍ଟ୍ସକୁ ୧୮ ରନ୍‌ରେ ହରାଇ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଚଳିତ ଆଇପିଏଲ୍ ପଏଣ୍ଟ୍‌ ତାଲିକାର ଚତୁର୍ଥରୁ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ପ୍ରଥମ ଟ୍ରଫି ବିଜୟ ଲକ୍ଷ୍ୟରେ ଥିବା‌ ଆର୍‌ସିବି ମଙ୍ଗଳବାର ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଲକ୍ଷ୍ନୌ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭରେ ୮ ୱିକେଟ୍ ହରାଇ ମାତ୍ର ୧୬୩ ରନ୍ କରିପାରିଥିଲା। ଫଳରେ ଆର୍‌ସିବି ସପ୍ତମ ମ୍ୟାଚ୍‌ରୁ ପଞ୍ଚମ ବିଜୟ ପାଇଥିଲା। ଅନ୍ୟପକ୍ଷରେ ଲକ୍ଷ୍ନୌ ସେହି ସପ୍ତମ ମୁକାବିଲାରୁ ତୃତୀୟ ପରାଜୟ ବରଣ କରିଥିଲା। ଅଧିନାୟକ କେଏଲ୍ ରାହୁଲ (୩୦) ଏବଂ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା (୪୨)ଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟର୍ ସମ୍ମାନଜନକ ପାଳି ଖେଳି ନପାରିବା ଲକ୍ଷ୍ନୌ ପରାଜୟର ପ୍ରମୁଖ କାରଣ ଥିଲା। ସେହିଭଳି ଜୋସ୍ ହାଜେଲଉଡ୍‌ଙ୍କୁ ୪ ୱିକେଟ୍ ଦେବା ମଧ୍ୟ ଲକ୍ଷ୍ନୌ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଫାଫ ଡୁପ୍ଲେସିସଙ୍କ ୯୬ ରନ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୮୧ ରନ କରିଥିଲା। ଜବାବରେ ଲକ୍ଷ୍ନୌ ୮ ଓ୍ଵିକେଟ୍ ହରାଇ ୧୬୩ ରନ କରିବାକୁ ସକ୍ଷମ ହୋଇଛି। କୃଣାଲ ପାଣ୍ଡ୍ୟା ୪୨ ରନ ଏବଂ କେଏଲ ରାହୁଲ ୩୦ ରନ କରିଥିଲେ।  ବେଙ୍ଗାଲୁରୁ ପକ୍ଷରୁ ଜୋସ ହେଜେଲଉଡ ୨୫ ରନ ଦେଇ ୪ ଓ୍ଵିକେଟ୍ ନେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଲକ୍ଷ୍ନୌର କୌଣସି ବ୍ୟାଟସମ୍ୟାନ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ବିଶେଷ କରି ଶେଷ ଆଡକୁ ଦଳ ଦ୍ରୁତ ଗତିରେ ରନ ସଂଗ୍ରହ କରିନପାରିବା କାରଣରୁ ମ୍ୟାଚ୍‌ ହାରିବାକୁ ପଡିଛି। ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଆରମ୍ଭରୁ ଦୁଇଟି ବଡ ଝଟକା ଲାଗିଥିଲା। ଦଳୀୟ ସ୍କୋର ୭ ରନରେ ଅନୁଜ ରାଓ୍ଵତ(୪) ଏବଂ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ ୧୧ ବଲରୁ ଦ୍ରୁତ ୨୩ ରନ କରି ପାଭିଲିୟନ ଫେରିଥିଲେ। ପୁଣି ସୁୟସ ପ୍ରଭୁଦେଶାଇ(୧୦) ଆଉଟ୍ ହୋଇଥିଲେ। ୬୨ ରନରେ ୪ ଓ୍ଵିକେଟ୍ ହରାଇ ଚାପର ବଶବର୍ତ୍ତୀ ହୋଇଥିବା ବେଙ୍ଗାଲୁରୁ ଇନିଂସକୁ ଆଗକୁ  ବଢାଇଥିଲେ ଅଧିନାୟକ ଡୁପ୍ଲେସିସ୍ ଏବଂ ଶାହବାଜ ଅହମ୍ମଦ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: