ଲକ୍ଷ୍ନୌରେ କୁଖ୍ୟାତ ଅପରାଧୀ ରାହୁଲ ସିଂକୁ ଏନକାଉଣ୍ଟର

ଲକ୍ଷ୍ନୌ, ୨୫/୦୩ :  ରାଜଧାନୀ ଲକ୍ଷ୍ନୌରେ କୁଖ୍ୟାତ ଅପରାଧୀ ରାହୁଲ ସିଂକୁ ଏନକାଉଣ୍ଟର କରିଛି ପୋଲିସ । ହଂସନଗଞ୍ଜ ଅଞ୍ଚଳରେ ପୋଲିସ ଓ ଅପରାଧୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସର ଏନକାଉଣ୍ଟରରେ ରାହୁଲ ସିଂ ନିହତ ହୋଇଥିବା ଖବର ମିଳିଛି । ରାହୁଲ ସିଂହ ଉପରେ ଏକ ଗହଣା ଦୋକାନରୁ ଲୁଟ୍ କରିବା ସହ ଅନ୍ୟାନ୍ୟ ଅପରାଧରେ ଜଡ଼ିତ ଥିବା ଅଭିଯୋଗ ହୋଇଥିଲା । ଅଲିଗଞ୍ଜ ଗହଣା ଦୋକାନରୁ ଲୁଟ୍ ସମୟରେ ଜଣେ କର୍ମଚାରୀଙ୍କ ହତ୍ୟା କରିଥଲା ରାହୁଲ ।ପୋଲିସ ପାଖରୁ ମିଳିଥିବା ସୂଚନା ଅନୁସାରେ, ଅନେକ ଦିନ ହେବ ରାହୁଲକୁ ଖୋଜୁଥିଲା ପୋଲିସ । ଅଭିଯୁକ୍ତ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା । ଏହା ପୂର୍ବରୁ ରାହୁଲର ୨ ସାଥୀଙ୍କୁ ଗିରଫ କରିସାରିଛି ପୋଲିସ ।  ପୋଲିସ ଗୁଳିରେ ରାହୁଲ ଆହତ ହୋଇଥିଲା । ତାକୁ ଟ୍ରାମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାର ମୃତ୍ୟୁ ହୋଇଛି । ଏବେ ରାହୁଲର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: