ପିପିଲି ୩।୬:ଲକ୍ଷ୍ମୀନୃସିଂହଙ୍କ ମନ୍ଦିରରୁ ୧୫ଟି ଅଷ୍ଟ ଧାତୁ ମୂର୍ତ୍ତୀ ଚୋରି|ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଲକ୍ଷ୍ମୀନୃସିଂହଙ୍କ ମନ୍ଦିର ରୁ ୧୫ଟି ଅଷ୍ଟଧାତୁ ମୂର୍ତ୍ତୀ ଚୋରି ହୋଇଛି। ମନ୍ଦିର ବାହାରେ ୨ଜଣ ପୁଲିସ କର୍ମଚାରୀ ମନ୍ଦିରକୁ ଜଗି ଶୋଇଥିବା ବେଳେ ଗୁରୁବାର ବିଳମ୍ବିତ ରାତ୍ରୀରେ ଦୁର୍ବୁତ୍ତ ମାନେ ଏହି ମୂର୍ତ୍ତୀ ଚୋରି କରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସ୍ରୁଷ୍ଟି କରିଛି। ମନ୍ଦିର ପଛପାଖ ପାଚେରୀ ଡେଇଁ ଦୁର୍ବୁତ୍ତ ମାନେ ମନ୍ଦିର ଭିତରେ ପଶି ଚନ୍ଦ୍ରଶେଖର, ମଦନମୋହନ, ଶ୍ରୀଦୁର୍ଗାଙ୍କ ସମେତ ଠାକୁରଙ୍କର ଚଳନ୍ତି ପ୍ରତିମାକୁ ଚୋରି କରି ନେଇଛନ୍ତି l ମନ୍ଦିର ମଧ୍ୟରେ ଥିବା ହୁଣ୍ଡି କୁ ଭାଙ୍ଗି ତାମଧ୍ୟରେ ଥିବା ଟଙ୍କା ମଧ୍ୟ ଲୁଟି ନେଇଛନ୍ତି। ଏହାକୁ ନେଇ ନୂଆଶାସନ ଗ୍ରାମରେ ଆଲୋଡନ ସ୍ରୁଷ୍ଟି ହୋଇଥିବା ବେଳେ ଲୋକେ ପୁଲିସ ର ଢ଼ିଲା ସୁରକ୍ଷା ବ୍ୟବସ୍ଥାକୁ ଏଥିପାଇଁ ଦାୟି କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |