ଭୁବନେଶ୍ଵର,୧୨।୯: ଲଘୁଚାପ କାରଣରୁ ଆଜି ଦିନ ତମାମ ଭୁବନେଶ୍ବରରେ ଲଗାଣ ବର୍ଷା ଜାରି ରହିଛି। ଏପରିକି ବର୍ଷାରେ ବହୁ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ଭୁବନେଶ୍ବର ଅଧିକାଂଶ ରାସ୍ତାରେ ପାଣି ଜମି ରହି ଲହଡି ମାରୁଛି। ଲୋକମାନେ ଯାତାୟାତରେ ସମସ୍ୟା ସମ୍ମୁଖୀନ ହୋଇଥିଲେ। ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଥିଲେ ରାଜଧାନୀ ବାସୀ।ସେହିପରି ଲଗାଣ ବର୍ଷା ଯୋଗୁ ଏକ ୩ ମହଲା ଘର ଦବି ଯାଇଛି। ଭୁବନେଶ୍ବର ଡୁମୁଡୁମା ରଘୁନାଥ ନଗରରେ ଏହା ଘଟିଛି। ଘର ଦବିଯିବା ଯୋଗୁ କାନ୍ଥ କେତେକ ସ୍ଥାନରେ ଫାଟି ଯାଇଛି। ତେବେ ଘର ଦବିଯିବା ଯୋଗୁ ଭୟରେ ସେହି ଘରେ ରହୁଥିବା ଲୋକମାନେ ବାହାରକୁ ବାହାରି ଆସିଛନ୍ତି। ଉକ୍ତ ୩ ମହଲା ଘରେ ଭଡାଟିଆ ରହୁଥିବା ଜଣାପଡିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |