ଲତା ମଙ୍ଗେସକରଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପହାର

ନୂଆଦିଲ୍ଲୀ ,୨୨/୦୯ : ଆସନ୍ତା ୨୮ ତାରିଖରେ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  ଙ୍କ ନିଆରା ଉପହାର ।  ଲତା ମଙ୍ଗେସକରଙ୍କ ନାଁରେ ତିଆରି ହେଉଛି ଏକ ବିରାଟ କାୟ ବୀଣା । ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ସ୍ମୃତିରେ ଅଯୋଧ୍ୟାରେ ତିଆରି ହୋଇଛି ବିଶାଳକାୟ ବୀଣା । ୧୪ଟନ୍ ଓଜନର ଏହି ବୀଣାର ଲମ୍ବ ହେଉଛି ୧୦ମିଟର ୮୦ ସେମି । ଏଥିପାଇଁ ୭ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ସହରର ପ୍ରବେଶ ପଥରେ ଥିବା ନୟାଘାଟରେ ଏହି ବିଶାଳକାୟ ବୀଣା ସ୍ଥାନ ପାଇବ । ଆସନ୍ତା ୨୮ ତାରିଖରେ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଉଦଘାଟନ କରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: