ଲଦାଖରେ ୩.୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ

ନୂଆଦିଲ୍ଲୀ ,୦୬/୦୩:  ଆଜି   ସକାଳେ ଲଦାଖ ଅଞ୍ଚଳରେ ଏକ ଭୂମିକମ୍ପ ସଂଘଠିତ ହୋଇଛି। ଏହାର ତୀବ୍ରତା ୩.୬ ଥିବା କଥା ରିକ୍ଟର୍‌ ସ୍କେଲ୍‌ରୁ ଜଣାପଡ଼ିଛି। ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିବା ଅନୁସାରେ, ଭୋର୍‌ ୫.୧୧ ମିନିଟ୍‌ରେ ଏହି ଭୂମିକମ୍ପଜନିତ କମ୍ପନ ଅନୁଭୂତ ହୋଇଥିଲା। କିନ୍ତୁ, ଏଥିଯୋଗୁଁ କେହି ମୃତାହତ ହୋଇଥିବା କିଂବା କିଛି ଧନସମ୍ପତ୍ତି ନଷ୍ଟ ହୋଇଥିବାର ଖବର ଏପର୍ଯ୍ୟନ୍ତ ଆସିନାହିଁ। ସୂଚନାଯୋଗ୍ୟ, ଗୋଟିଏ ପକ୍ଷ ବା ଦୁଇ ସପ୍ତାହ ମଧ୍ୟରେ ଲଦାଖ ଅଞ୍ଚଳରେ ଏହା ହେଉଛି ତୃତୀୟ ଭୂକମ୍ପନ। ଫେବ୍ରୁଆରି ୧୭ରେ ସେଠାରେ ୩.୫ ତୀବ୍ରତାସମ୍ପନ୍ନ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାଛଡ଼ା ଫେବ୍ରୁଆରି ୧୩ ତାରିଖରେ ମଧ୍ୟ ଜମ୍ମୁ ଓ କଶ୍ମୀରରେ ଏକ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହେବାରୁ ଲୋକେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ଏହି ଭୂକମ୍ପନ ଯୋଗୁଁ ଅନେକ ଘର ଫାଟି ଯାଇଥିବା ରିପୋର୍ଟ ଆସିଥିଲା। ଭୂମିକମ୍ପପ୍ରବଣ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ଅତୀତରେ କଶ୍ମୀର ଉପତ୍ୟକାରେ ଭୂମିକମ୍ପଜନିତ ପ୍ରଭୂତ କ୍ଷୟକ୍ଷତି ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: