ନୂଆଦିଲ୍ଲୀ,୧୭/୦୪: ଲଦ୍ଦାଖରେ ପେଙ୍ଗୋଗ ହ୍ରଦ ଉପରେ ପୋଲ ନିର୍ମାଣ ପରେ ଏବେ ଚୀନ ଭାରତୀୟ ସେନାର ଅତି ନିକଟରେ ନିଜର ମୋବାଇଲ ଟାୱାର ନିର୍ମାଣ କରିଛି। ଚୀନ ନିର୍ମାଣ କରିଥିବା ମୋବାଇର ଟାୱାରର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଚୁଶୁଲର କର୍ପୋରେଟର କୋନଚୋକ ଷ୍ଟେଜଜିନ ଏକ ଟ୍ୱିଟ କରି କହିଛନ୍ତି, ପେଙ୍ଗୋଗ ହ୍ରଦରେ ପୋଲ ନିର୍ମାଣ ଶେଷ କରିବା ପରେ ଚୀନ ଭାରତର ସୀମା ନିକଟବର୍ତ୍ତୀ ଚୀନର ହଟ ସ୍ପ୍ରିଙ୍ଗ ନିକଟରେ ୩ଟି ମୋବାଇଲ ଟାୱାର ସ୍ଥାପନ କରିଛି। ମୋର ନିର୍ବାଚନ କ୍ଷେତ୍ରର ୧୧ ଗାଁରେ ୪ଜି ସୁବିଧା ନାହିଁ।ଏଏନଆଇକୁ ପ୍ରତିକ୍ରିୟା ଦେଇ କୋନଚୋକ କହିଛନ୍ତି, ଆମ ଅଞ୍ଚଳରେ ନଜର ରଖିବା ପାଇଁ ଏହି ଟାୱାର ଗୁଡିକର ବ୍ୟବହାର କରାଯାଇପାରେ। ଏହାସହ ଚୀନ ନିଜ ଅଞ୍ଚଳରେ ଦ୍ରୁତ ଗତିରେ ମୌଳିକ ଭିତ୍ତିଭୂମର ବିକାଶ କରୁଥିବା ସେ ଦାବି କରିଥିଲେ। ଚୀନ ପରି ପଦକ୍ଷେପ ନେଇ ପାଲଟା ଜବାବ ଦେବା ସହ ସୀମାବର୍ତ୍ତୀ ଗାଁରେ ବିକାଶ ପାଇଁ ସେ ନିବେଦନ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |