କୋରାପୁଟ,୧୦/୧୧ : କୋରାପୁଟର ଜରଟି ମାନବର ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। କୋରାପୁଟ ଜୟପୁର ମଝିରେ ଥିବା ମାଲବାର ଷ୍ଟେସନ୍ ନିକଟରେ ମାଲବାହୀ ଟ୍ରେନ୍ ଓଲଟିଲା । ଲୁହାପଥର ଗୁଣ୍ଡ ବୋଝେଇ ଟ୍ରେନ୍ର ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ସେଥିରୁ ୮ଟି ବଗି ସଂପୂର୍ଣ୍ଣ ଓଲଟିପଡିଛି । ଦୁର୍ଘଟଣା ଯୋଗୁଁ ସେହି ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଗତକାଲି ବିଳମ୍ବିତ ରାତିରେ ମାଲବାହୀ ଟ୍ରେନ୍ଟି ଲୁହା ପଥର ଗୁଣ୍ଡ ନେଇ କିରଣ୍ଡଲରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା । ତେବେ ମାଲବାର ଷ୍ଟେସନ୍ ନିକଟରେ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇ ଓଲଟିପଡିଥିଲା । ଯାହାଫଳରେ ମାଲବାହୀ ଟ୍ରେନ୍ର ୧୨ଟି ବଗି ଟ୍ରେନ୍ ଲାଇନ୍ରୁ ଖସିପଡିଥିଲା । ତେବେ ଲାଇନ୍ଚ୍ୟୁତ ହୋଇଥିବା ୧୨ଟି ବଗି ମଧ୍ୟରୁ ୮ଟି ବଗି ସଂପୂର୍ଣ୍ଣ ଭାବେ ଓଲଟିପଡିଛି । ଦୁର୍ଘଟଣା ହେବା ଫଳେ ଉକ୍ତ ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |