ଲାଞ୍ଚ ନେଇ ଧରପଡ଼ିଲେ ଶିକ୍ଷାବିଭାଗର କିରାଣୀ

ମୟୂରଭଞ୍ଜ ,୧୭/୦୬:ଲାଞ୍ଚ ନେଇ ଧରପଡ଼ିଲେ ଶିକ୍ଷାବିଭାଗର କିରାଣୀ|ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ବିକ୍ରମ ବେହେରାଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ ।ମୟୁରଭଞ୍ଜ ବଡ଼ସାହି ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସର କିରାଣୀ ବିକ୍ରମ ବେହେରା ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ କାଗଜପତ୍ର କରାଇଦେବାକୁ କହି ତାଙ୍କ ଠାରୁ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ବାରିପଦା ଭିଜିଲାନ୍ସ ଟିମ୍ । ତାଙ୍କ ଠାରୁ ୧୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି ।ବିସିକେଶନ ଗୋଛାୟତ ନାମକ ଅବସରପ୍ରାପ୍ତ ଶିକ୍ଷକ ବଡ଼ସାହି ବ୍ଲକ୍ ର ଟିକରପଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ , ୨୦୧୭ ରେ ଅବସର ଗ୍ରହଣ କରିଥିଲେ । କିନ୍ତୁ ୫ ବର୍ଷ ବିତିଯାଇଥିଲେ ବି ତାଙ୍କର ପେନସନ ମିଳିପାରୁନାହିଁ, ଆଉ ପେନସନ କରାଇଦେବାକୁ କହି ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସର କିରାଣୀ  ବିକ୍ରମ ବେହେରା ତାଙ୍କୁ  ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଯାହାକୁ ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ଜଣକ ଏବଂ ପୂର୍ବ ଯୋଜନା ମୁତାବକ ଶୁକ୍ରବାର କିରାଣୀ ବିକ୍ରମ ବେହେରା ଶ୍ରୀଯୁକ୍ତ ଗୋଛାୟତଙ୍କ ହାତରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିସିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: