ବରଗଡ଼,୯।୬: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରଗଡ଼ ଝାରବନ୍ଧ ବିଇଓ ରଞ୍ଜିତ ଭୋଇ । ୫ ଜଣ ଶିକ୍ଷକଙ୍କ ବକେୟା ଦରମା କରାଇଦେବାକୁ କହି ୫ ହଜାର ଟଙ୍କା ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ଡୁଙ୍ଗୁରିପାଲି ସ୍କୁଲର ୫ ଜଣ ଶିକ୍ଷକଙ୍କ ବକେୟା ଦରମା କରାଇଦେବାକୁ କହି ସେମାନଙ୍କୁ ୫ ହଜାର ଲାଞ୍ଚ ମାଗିଥିଲେ ବିଇଓ । ଏନେଇ ଜଣେ ଶିକ୍ଷକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗକ୍ରମେ, ଭିଜିଲାନ୍ସ ଡିଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଝାରବନ୍ଧ ପହଞ୍ଚିଥିଲେ ଏବଂ ବିଇଓଙ୍କୁ ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ ଟିମ୍ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |