ଲାଞ୍ଜିପଲ୍ଲୀରେ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ବ୍ରହ୍ମପୁର-୧୮/୬(ମନୋଜ କୁମାର ପାତ୍ର) : କରୋନା ମହାମାରୀ ସମୟ ରେ ଓଡିଶାରୁ ରକ୍ତଭାଵ ଦୂର କରିବା ପାଇଁ ଆମ ବିଜୁ ଜନତା ଦଳର ସୁପ୍ରିମୋ ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କରିଥିବା ଆହ୍ୱାନ କ୍ରମେ ଆଜି ବିଜୁ ଯୁବ ଜନତା ଦଳର ଗଂଜାମ ଜିଲ୍ଲା ସଭାପତି ଶ୍ରୀ ଲକ୍ଷ୍ମଣ ଚୌଧୁରୀ ଅଧ୍ୟକ୍ଷତାରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଞ୍ଜିପଲ୍ଲୀ ୱାର୍ଡ ନମ୍ବର ୩୬ ଠାରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଯାଇଛି । ଏହି ମହତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ତଥା ରାଜ୍ୟ ସମ୍ପାଦକ ଶ୍ରୀ ସୁବାଷ ମହାରଣା,ଜଗନ୍ନାଥ ସାବତ, ଦିଗପହଣ୍ଡି ଅଞ୍ଚଳର ଚର୍ଚ୍ଚିତ ଯୁବନେତା ଶ୍ରୀ ଏମ୍.ନିରଞ୍ଜନ ରେଡି, ସୁରେନ୍ଦ୍ର ମହାରଣା, ଆଇଟି କୋର୍ଡିନେଟର ଗଣେଶ ସାହୁ, ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରର ଶୁଭାରମ୍ଭ କରିଥିଲେ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ସଂମାନିତ ଅତିଥି ଭାବେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଶ୍ରୀ ରାମହରି ମହାରଣା,୧୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରମୋଦ କୁମାର ପ୍ରଧାନ,ନରେନ୍ଦ୍ରପୁର ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ, ଯୁବନେତା ରାଜେଶ ମହାରଣା,ଯୁବନେତା ଦେବାଶିଷ ଚୌଧୁରୀ, ଛାତ୍ର ନେତା ଗଣେଶ ରେଡି, ବିଜୁ ଛାତ୍ର ଜନତା ଦଳର ସୋସିଆଲ ମିଡ଼ିଆ ସମ୍ପାଦକ ନିଖିଲ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ୫୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ ।

manoj 6 1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: