ଲାଞ୍ଜିପଲ୍ଲୀ ଉମାନଗର ଅଞ୍ଚଳ ରାସ୍ତା ପାଲଟିଛି ମରଣ ଯନ୍ତା,ନିର୍ମାଣ କରିବା ପାଇଁ ଅଞ୍ଚଳବାସୀଙ୍କ ଦାବି

ବ୍ରହ୍ମପୁର,୨୮/୭(ମନୋଜ କୁମାର ପାତ୍ର):ମହାନଗର ମାନ୍ୟତା ପାଇବାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ବ୍ରହ୍ମପୁର ସହରର ଅଧିକାଂଶ ସାହିରେ ରାସ୍ତା, ନାଳ ସଂକଟlପନ୍ନ ଅବସ୍ଥାରେ ରହିଛି।୩୬ନଂ ୱାର୍ଡ ଲାଞ୍ଜିପଲ୍ଲୀ ଉମାନଗର ଅଞ୍ଚଳରେ ଆଜି ମଧ୍ୟ ରାସ୍ତା ଓ ନାଳ ର ଅଭାବରେ ରାସ୍ତା ଉପରେ ମଇଳା ପାଣି ବୋହିବା,ବର୍ଷା ଦିନେ ରାସ୍ତାରେ ମୀନ ଖେଳିବା,ବିଭିନ୍ନ ପ୍ରକାର ସାପ,ଶରୀସୃପ ଆଦି ଦେଖାଯିବl ଭଳି ଅଭାବନୀୟ ପରିସ୍ଥିତି ଦେଖାଯାଉଛି।ବର୍ଷାଦିନେ ଯାତାୟତ ସମ୍ପୂର୍ଣ ବନ୍ଦ ହୋଇପଡୁଛି।ଦୈନିକ ବହୁସଂଖ୍ୟାରେ ଲୋକ ଖାଲଖମାରେ ପଡି, ପାଦ ଖସି ଆହତ ହେଉଛନ୍ତି।ବାରମ୍ବାର ଅଭିଯୋଗ ସତ୍ୱେ ମହାନଗର କମିଶନର କୌଣସି ପଦକ୍ଷେପ ନେଉନାହାନ୍ତି।ସୂଚନାଯୋଗ୍ୟ ଯେ, ଉମlନଗର ଅଷ୍ଟମ, ନବମ ଲାଇନର ଏହି ରାସ୍ତା ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ ହେଉଥିବା ବେଳେ ଦୈନିକ ଶହ ଶହ ଯାନବାହାନ ଏହି ରାସ୍ତାକୁ ମୁଖ୍ୟ ରାସ୍ତା ଭାବେ ବ୍ୟବହାର କରୁଛନ୍ତି।ସାହି ବାସିନ୍ଦା କମିଶନରଙ୍କୁ ସାକ୍ଷାତ କରି ଅବଗତ କରିଥିଲେ ବି କୌଣସି ପଦକ୍ଷେପ ନିଆଯାଇନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉମାନଗର ସପ୍ତମ,ଅଷ୍ଟମ, ନବମ ଲାଇନର ରାସ୍ତା ଓ ନାଳ ଅତ୍ୟନ୍ତ କଦର୍ଯ୍ୟ ସ୍ଥିତିରେ ରହିଛି।ପ୍ରକାଶ ଯୋଗ୍ୟଯେ,ଉକ୍ତ ଅଂଚଳ ମହାନଗର ନିଗମର ୩୬ନଂ ୱାର୍ଡ ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଅନ୍ତର୍ଭୁକ୍ତ ଅଂଚଳ ହୋଇଥିବାରୁ ବର୍ତମାନ ଅଞ୍ଚଳବାସୀଙ୍କ ସମସ୍ୟା ବୁଝିବାକୁ ଶାସକ ଦଳ ର ପ୍ରତିନିଧି କିଏ ! ଜନଗଣଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି।ଅନ୍ୟପକ୍ଷରେ ୟୁଜର୍ସ ଫି ଲାଗୁ କରିବା, ଘର ଟିକସ ବହୁ ଗୁଣରେ ବୃଦ୍ଧି କରିବା ତଥା ବିଭିନ୍ନ ପ୍ରକାର ଟିକସ ଲଦିବାରେ କମିଶନର ମହୋଦୟ ବଡ଼ ଆଗଭର ହୋଇପଡୁଥିବାବେଳେ ଲୋକଙ୍କ ମୌଳିକ ସମସ୍ୟାଗୁଡିକୁ ସମାଧାନ କରିବାରେ ସମ୍ପୂର୍ଣ ଭାବେ ବିଫଳ ହୋଇଛନ୍ତି।ତୁରନ୍ତ ଉମାନଗର ଅଂଚଳର ରାସ୍ତା, ନାଳ ନିର୍ମାଣ ପାଇଁ ସାହିର ବରିଷ୍ଠ ନାଗରିକ ଶଙ୍କର ପ୍ରସାଦ ଦାଶ ଓ ଅନ୍ୟ ମାନେ ଦାବିକରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: