ଲାପ୍‌ଟପ୍‌ ବଦଳରେ ଟଙ୍କା, ୧୮ ଯାଏ ଆବେଦନ କରିପାରିବେ ମେଧାବୀ ଛାତ୍ରଛାତ୍ରୀ

ଭୁବନେଶ୍ବର୩/୩: ଏଣିକି ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ବଦଳରେ ଦିଆଯିବ ଅର୍ଥ। ଲାପ୍‌ଟପ୍‌ ବଦଳରେ ୩୦ ହଜାର ଟଙ୍କା ସିଧାସଳଖ ବିଦ୍ୟାର୍ଥୀଙ୍କୁ ଦିଆଯିବ। ଏହି ଅର୍ଥ ସିଧାସଳଖ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି) ଜରିଆରେ ବିଦ୍ୟାର୍ଥୀଙ୍କୁ ଦିଆଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥରାଶି ପ୍ରଦାନ କରାଯିବ। ଉକ୍ତ ଟଙ୍କା ଦ୍ବାରା ଛାତ୍ରଛାତ୍ରୀ ନିଜ ମନ ମୁତାବକ ଲାପ୍‌ଟପ୍‌, ଡେସ୍କଟପ୍‌, ଟାବ୍‌ଲେଟ୍‌ ସହଜରେ କିଣିପାରିବେ। ଏହାଦ୍ବାରା ସେମାନଙ୍କୁ ଆଉ ନୋଡାଲ୍‌ ସେଣ୍ଟର୍‌କୁ ଲାପ୍‌ଟପ୍‌ ସଂଗ୍ରହ କରିବାକୁ ଯିବାକୁ ପଡ଼ିବନି।୨୦୨୦-୨୧ ଶିକ୍ଷାବର୍ଷଠାରୁ ଏହି ନୂତନ ଯୋଜନା କାର୍ୟ୍ୟକ୍ଷମ ହେବ। ମେଧାବୀ ଛାତ୍ରଛାତ୍ରୀଙ୍କ ତାଲିକା‌ ଓ ନୂଆ ନିୟମ ସମ୍ବନ୍ଧୀୟ ମାର୍ଗଦର୍ଶିକା ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍‌ ‘www.dhe.odisha.gov.in’ ରେ ଉପଲବ୍ଧ ରହିଛି। ଏହାକୁ ଆଧାର କରି ମେଧାବୀ ଛାତ୍ରଛାତ୍ରୀ ଉକ୍ତ ଯୋଜନାର ଲାଭ ନେଇପାରିବେ। ଆସନ୍ତା ୧୮ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: