ଲାଲା ବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା,୨୧ା୯: ଏକ ନିପଟ ମଫସଲରେ ୩ଡି ଇ- ପାଠାଗାର ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଥିବାର ଦେଖାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ମେହେନ୍ଦିପୁର ଲାଲ ବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନୂତନ ଭାବେ ନିର୍ମିତ ହୋଇଛି ଏହି ୩ଡି ଇ- ପାଠାଗାର । ବଡବଡ ସହରରେ ଏହି ସୁଯୋଗ ଛାତ୍ରଛାତ୍ରୀମାନଙ୍କୁ ମିଳିଥାଏ । କିନ୍ତୁ ମେହେନ୍ଦିପୁର ଭଳି ଏକ ନିପଟ ମଫସଲ ଅଞ୍ଚଳରେ ସେଭଳି ସୁଯୋଗ ଗ୍ରାମାଞ୍ଚଳର ଛାତ୍ରାଛାତ୍ରୀମାନଙ୍କୁ ଯୋଗାଇଦେବା ଉଦେଶ୍ୟରେ ଏଭଳି ଅତ୍ୟାଧୁନିକ ପାଠାଗାରର ନିର୍ମାଣ କରାଯାଇଥିବା କହିଛନ୍ତି ଭରତପୁର ସରପଞ୍ଚ ଜୀନତପ୍ରିୟଦର୍ଶିନୀ ରାଉତ । ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ନିମନ୍ତେ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଏଠାରେ ସେଭଳି ସୁଯୋଗ ଛାତ୍ରଛାତ୍ରୀମାନେ ପାଇପାରିବେ ବୋଲି କହିଛନ୍ତି କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ । କାରଣ ଗ୍ରାମାଞ୍ଚଳରେ ପ୍ରତିଯୋଗିତା ମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ନିର୍ମିତ ହୋଇଛି ଏହି ଥ୍ରୀ-ଡି ପାଠାଗାର । ଏହି ପାଠାଗାରରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବା ସହ ପାଠାଗାରକୁ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ କରାଯାଇଛି । ଏଥିସହ ଅତ୍ୟାଧୁନିକ ବେଂଚ, ଟେବୁଲ ଓ ଛାତ୍ରଛାତ୍ରୀଙ୍କ ପାଇଁ କମ୍ପ୍ୟୁଟର ଲ୍ୟାବର ବ୍ୟବସ୍ଥା ସହ ଇଣ୍ଟରନେଟ୍ ସେବା ପାଇବା ପାଇଁ ୱାଇ ଫାଇର ବ୍ୟବସ୍ଥା ମଧ୍ୟ କରାଯାଇଥିବା କହିଛନ୍ତି ବିଡିଓ ଶ୍ରୀ ଦାସ । ଏହାବ୍ୟତିତ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ନିମନ୍ତେ ମଧ୍ୟ ଏକ ନୂତନ ଭୋଜନାଳୟର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସରପଞ୍ଚ ଶ୍ରୀମତୀ ରାଉତ । ବିଦ୍ୟାଳୟର ପୁରୁଣା ଶ୍ରେଣୀଗୃହ ଗୁଡିକର ମରାମତି କରାଯିବା ସହ ସେଗୁଡିକୁ ନୂତନ ରୂପ ଦିଆଯାଇଛି । ଏଥିସହିତ ବିଦ୍ୟାଳୟ ପରିସରକୁ ସୈାନ୍ଧର୍ଯ୍ୟକରଣ କରାଯିବା ସହିତ ପରିସରକୁ ସୋଲାର ଲାଇଟ ଦ୍ୱାରା ଆଲୋକୀକରଣ ମଧ୍ୟ କରାଯାଇଛି । ବ୍ଲକ ପ୍ରଶାସନର ସହଯୋଗରେ ପଞ୍ଚୟତ ନିଜସ୍ୱ ପାଣ୍ଠିରୁ ଏହିସବୁ ପ୍ରକଳ୍ପ କାର୍ଯ୍ୟ କରାଯାଇଥିବା କହିଛନ୍ତି ସରପଞ୍ଚ ଶ୍ରୀମତୀ ରାଉତ ।

AMA BIDYALAYA PATHAGARA OF LALBAHADUR GOVT. HIGH SCHOOL 3

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: