ଭୁବନେଶ୍ୱର,୧୮ା୩ :ମାଟ୍ରିକ ପରୀକ୍ଷାରେ ଶନିବାର ଇତିହାସ ଓ ଭୂଗୋଳ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଜଣାପଡ଼ିଥିଲା। ସେଟ୍ ‘ବି’ ଭିତରେ ‘ଏ’ ସେଟ୍ର ପ୍ରଶ୍ନ ପଡ଼ିଥିଲା। ଆଜି ବରଗଡ଼, ଢେଙ୍କାନାଳରୁ ଏପରି ଖବର ଆସିଥିଲା। ତେବେ ଏହି ଭୁଲ୍କୁ ସ୍ବୀକାର କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ମୁଦ୍ରଣ ଜନିତ ତ୍ରୁଟି ହୋଇଥିବା କହିଛନ୍ତି।ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ବିଭ୍ରାଟ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି । ପ୍ରଶ୍ନପତ୍ର ଲିକ୍ ନୁହେଁ, ମୁଦ୍ରଣ ଜନିତ ତ୍ରୁଟି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ତାହାସହ ସମୀର କହିଛନ୍ତି, ଇତିହାସ, ରାଜନୀତି ବିଜ୍ଞାନ ‘ବି’ ସେଟ୍ ପ୍ରଶ୍ନରେ କିଛି ତ୍ରୁଟି ରହିଛି । ପ୍ରଶ୍ନପତ୍ରରେ କିଛି ମୁଦ୍ରଣ ଜନିତ ତ୍ରୁଟିଥିବା ସେ ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି ।ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସ୍ପଷ୍ଟୀକରଣ ଦିଆସରିଛି ବୋଲି ମନ୍ତ୍ରୀ କହିଛନ୍ତି । ଖାଲି ସେତିକି ନୁହେଁ, ଛାତ୍ରଛାତ୍ରୀମାନେ ଚିନ୍ତିତ ହୁଅନ୍ତୁନାହିଁ । କୌଣସି ଅସୁବିଧା ହେବନି । ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବ ବୋଳି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବଲାଙ୍ଗିରେ ଆଏଜ୍ ପ୍ରଶ୍ନପତ୍ର ଭାଇରାଲକେ ନେଇ ଚର୍ଚ୍ଚା ହୋଇଛି । ପରୀକ୍ଷା ମୂଲ୍ ହେବାର୍ ଆଘନୁ ଭାଇରାଲ ପ୍ରଶ୍ନପତ୍ର ମୋବାଇଲନୁ ମୋବାଇଲକେ ଘୁରି ବୁଲିଥିଲା । ସେଆଡେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବି ଇ ପ୍ରସଙ୍ଗକେ ଆଜି ବିଧାନସଭା ଶୂନ୍ୟକାଳରେ ଉଠାଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |