ଲୁହ ଝରାଉଛି ଦ କଶ୍ମୀର ଫାଇଲ୍ସ

ନୂଆଦିଲ୍ଲୀ, ୧୪/୦୩: ଦ କଶ୍ମୀର ଫାଇଲ୍ସ ଫିଲ୍ମ ସିନେମା ଘରେ ନିଆଁ ଲଗାଉଛି । ଦର୍ଶକଙ୍କ ଭରପୁର ସମର୍ଥନ ମିଳିଛି। ବକ୍ସ ଅଫିସରେ ହିଟ୍ ହୋଇଛି । ସିନେମା ଘରେ ଯିଏ ଏହି ଫିଲ୍ମ ଦେଖୁଛି ଭାବାକୁ ହୋଇଛି। ୧୯୯୦ ଦଶନ୍ଧିରେ କଶ୍ମୀର ପଣ୍ଡିତ ଏବଂ ହିନ୍ଦୁମାନଙ୍କ ନରସଂହାର ଏବଂ ପଳାୟନ ଉପରେ ଆଧାରିତ ଏହି ଫିଲ୍ମ ଦର୍ଶକଙ୍କ ଆଖିରେ ଲୁହ ଆଣୁଛୁ। ଦ କଶ୍ମୀର ଫାଇଲ୍ସ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ବେଶ ଚର୍ଚ୍ଚାରେ ରହିଛି। ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟ ସିମେନା ଘରକୁ ଯାଇ ଏହି ଫିଲ୍ମ ଦେଖୁଛନ୍ତି । କାନାଡାର ଟୋରୋଣ୍ଟରେ ଥିବା ପ୍ରଭାସୀ ଭାରତୀୟ ଏହି ସିନେମାକୁ ଦେଖି ବେଶ ଭାବୁକ ହୋଇଛନ୍ତି । ସେମାନଙ୍କ ଆଖିରେ ଆସିଯାଇଥିଲା ଲୁହ । ଟୋରୋଣ୍ଟରେ ହିନ୍ଦୁ ଫୋରମ କାନାଡା ଏବଂ ହିନ୍ଦୁ କଶ୍ମୀରୀ ଡାଇସପୋରା ପକ୍ଷରୁ ଏହି ଫିଲ୍ମ ପାଇଁ ସ୍କ୍ରିନଂ ଉପଲବ୍ଧ କରାଯାଇଥିଲା । ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ସିମେନା ହଲ ବାହାରେ ଲୋକଙ୍କ ଲମ୍ୱା ଲାଇନ ଦେଖିବାକୁ ମିଳିଥିଲା। ସିନେମା ହଲ ପରିସରରେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଫିଲ୍ମ ଶେଷ ହେବା ପରେ ଅନେକ ଦର୍ଶକଙ୍କ ଆଖିଲେ ଲୁହ ଆସିଥିବା ଦେଖିବାକୁ ମିଳିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: