ଲୋଇସିଂହା ବିଧାୟକଙ୍କୁ ଆକ୍ରମଣ ଘଟଣା: ରାସ୍ତାରୋକ କଲା ବିଜେପି

ବଲାଙ୍ଗୀର ୧୩/୦୪: ବଲାଙ୍ଗୀର ଲୋଇସିଂହା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଆଜି ଆଜି ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ବସଷ୍ଟାଣ୍ଡ ଆଗରେ ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି । । ଦୁଇ ଜଣ ଯୁବକ ବିଧାୟକଙ୍କ ଗାଡି ଅଟକାଇବା ଓ ପିଏସଓଙ୍କ ସହ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାର ପ୍ରତିବାଦ କରିଛି ବିଜେପି । ଏନେଇ ସେପଟେ ଘଟଣା ଘଟାଇଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଲୋଇସିଂହା ସହ ସମଗ୍ର ବଲାଙ୍ଗୀର ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା କହି ଏଭଳି ଆନ୍ଦୋଳନ କରିଛି ବିଜେପି । ରାସ୍ତାରୋକ ଫଳରେ ଦୀର୍ଘ ଘଣ୍ଟା ଧରି ସମ୍ବଲପୁର ବଲାଙ୍ଗୀର ରାସ୍ତାରେ ଯାତାୟତ ଠପ ହୋଇପଡିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: