ଲୋକପ୍ରିୟ ଅଭିନେତା ନୀତେଶ ପାଣ୍ଡେଙ୍କ ପରଲୋକ

ମୁମ୍ବଇ,୨୪।୫:ଲୋକପ୍ରିୟ ଟିଭି ସିରିଏଲ `ଅନୁପମା’ ଫେମ ନୀତେଶ ପାଣ୍ଡେଙ୍କର ମୃତ୍ୟୁ ଘଟିଛି। ୫୦ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ‘ଓମ୍‌‌ ଶାନ୍ତି ଓମ୍‌‌’, ‘ଅନୁପମା’ ଭଳି ଅନେକ ଚଳଚ୍ଚିତ୍ର ଓ ସିରିୟଲରେ ସେ ଅଭିନୟ କରିଛନ୍ତି। ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ଖବର ଶୁଣି ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ଏକ ହୋଟେଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ନାସିକ ନିକଟ ଇଗତପୁରୀରେ ସୁଟିଙ୍ଗ୍‌‌ ପାଇଁ ସେ ଆସିଥିଲେ ବୋଲି ଖବର ମିଳିଛି।   ନିତେଶଙ୍କ ଭିଣୋଇ ସିଦ୍ଧାର୍ଥ ନାଗର ଅଭିନେତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତ ଯେ, ମୋ ବ୍ରଦର-ଇନ-ଲ ଆଉ ନାହାନ୍ତି। ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି। ତାଙ୍କ ମୃତ୍ୟରେ ମୋ ଭଉଣୀକୁ ଶକ୍ତ ଆଘାତ ଲାଗିଛି। ସେ ଜଣେ ବହୁତ ଭଲ ଲୋକ ଥିଲେ। ଏତେ ଶୀଘ୍ର ଆମକୁ ଏମିତି ଛାଡ଼ି ଚାଲିଯିବେ ବୋଲି ଆମେ କେବେ ଭାବି ନ ଥିଲୁ। ନିତେଶଙ୍କ ମୃତ୍ୟୁରେ ସାରା ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି। ନିତେଶ ସିରିଏଲ ଛଡ଼ା ବହୁ ବଲିଉଡ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି। ଫିଲ୍ମ `ଓମ ଶାନ୍ତି ଓମ’, `ବଧାଇ ଦୋ’, `ହଣ୍ଟର’, `ଦବଙ୍ଗ-୨’, `ବାଜି’, `ମେରେ ୟାର କି ସାଦି ହୈ’ ଆଦି ଫିଲ୍ମରେ ନିଖୁଣ ଅଭିନୟ କରିଥିଲେ। ତାଙ୍କ ମୃତ୍ୟୁକୁ `ଅନୁପମା’ ସିରିଏଲର ସବୁ ସଦସ୍ୟ ବିଶ୍ବାସ କରିପାରୁ ନାହାନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!