ନୂଆଦିଲ୍ଲୀ,୨୪/୦୩: ବଙ୍ଗଳା ସିନେଜଗତର ଲୋକପ୍ରିୟ ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ପରଲୋକ ଘଟିଛି। ହୃଦଘାତ କାରଣରୁ ୫୮ ବର୍ଷୀୟ ଅଭିନେତା ବୁଧବାର ବିଳମ୍ବିତ ରାତିରେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଅଭିଷେକଙ୍କ ମୃତ୍ୟୁ ବଙ୍ଗଳା ସିନେଜଗତକୁ ଏକ ଶକ୍ତ ଧକ୍କା ଦେଇଛି। ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଓ ଧାରାବାହିକରେ ସେ ଅଭିନୟ କରିଥିଲେ।ଗତକାଲି ଅଭିନେତା ଏକ ଶୋ’ର ଶୁଟିଂ କରୁଥିଲେ। ଏହି ସମୟରେ ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଡାକ୍ତରଖାନା ନେଉଥିଲେ, କିନ୍ତୁ ଅଭିଷେକ ହସ୍ପିଟାଲ ଯିବା ପରିବର୍ତ୍ତେ ଘରକୁ ପଳାଇଥିଲେ। ଏହାପରେ ଅଭିନେତାଙ୍କ ପରିବାର ଲୋକେ ଡାକ୍ତରଙ୍କୁ ଡାକିଥିଲେ ଓ ତାଙ୍କ ଚିକିତ୍ସା କରାଯାଇଥିଲା। ମାତ୍ର ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |