ଲୋକେସ୍‌ ରାହୁଲଙ୍କ ବିସ୍ଫୋରକ ଶତକ,ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌

ବ୍ରାବୋର୍ଣ୍ଣ ୧୬/ ୦୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଶନିବାର ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସ୍‌ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୧୯୯ ରନ୍‌ ସଂଗ୍ରହ କରିଛି । ଅଧିନାୟକ ଲୋକେସ୍‌ ରାହୁଲଙ୍କ ବିସ୍ଫୋରକ ଶତକ ବଳରେ ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଛି ଲକ୍ଷ୍ନୌ । ଫଳରେ ପଏଣ୍ଟ ଟେବୁଲରେ ଖାତା ଖୋଲିପାରିନଥିବା ମୁମ୍ବାଇ ପାଇଁ ପୁଣି ଥରେ ପ୍ରଥମ ବିଜୟ କଷ୍ଟସାଧ୍ୟ ହେବାକୁ ଯାଉଛି । ଓପନିଂ ଆସି ପ୍ରଥମରୁ ହିଁ ବିସ୍ଫୋରକ ବ୍ୟାଟିଂକରି ଅପରାଜିତ ଶତକ ହାସଲ କରିଛନ୍ତି ଅଧିନାୟକ ଲୋକେସ ରାହୁଲ । ୬୦ ବଲରୁ ୯ଚୌକା ଏବଂ ୫ଟି ଛକା ସହାୟତାରେ ୧୦୩ ରନ କରି ଅପରାଜିତ ଅଛନ୍ତି ରାହୁଲ । ଅନ୍ୟମାନଙ୍କ ମଧ୍ୟରେ କ୍ବିଣ୍ଟନ୍‌ ଡି’ କକ୍‌ ୨୪ରନ କରି ଆଉଟ ହୋଇଥିବା ବେଳେ, ମନୀଷ ପାଣ୍ଡେ ୩୮ରନ, ମାର୍କସ୍‌ ଷ୍ଟୋଇନିସ୍‌ ୧୦ରନ, ଦୀପକ ହୁଡ୍ଡା ୧୫ରନକରି ଆଉଟ ହୋଇଛନ୍ତି । କୃଣାଳ ପାଣ୍ଡ୍ୟା ୧ ରନ କରି ଅପରାଜିତ ଅଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: