ଲୋହରା ସମାଜର କର୍ମକର୍ତା ଚୟନ

ନବରଙ୍ଗପୁର,୩୧/୧(ଭୋଦେବ ଗୌଡ଼): ଆଜି ଝରୀଗାଁ ବ୍ଲକ ଭାଲୁକନାଡି ପଂଚାୟତ କନ୍ଧ ଗୁଡା ଠାରେ ଲୋହରା ସମାଜ ପ୍ରତିଷ୍ଠା କରାଯାଇଛି l ଏହି ଅବସରରେ ଝରୀଗାଁ ବ୍ଲକ ର ବହୁ କଣ ଅନୁ କୋଣ ରୁ ଲୋହରା ସମାଜର ଲୋକ ମାନେ ଯୋଗ ଦେଇ ଥିଲେ lଲୋହରା ସମାଜର ସଂସ୍କାର ସଂସ୍କୃତି କୁ ବଂଚେଇ ରଖିବା ସହ ଅର୍ଥନୈତିକ ଏବଂ ଶିକ୍ଷା କ୍ଷେତ୍ରରେ କିପରି ଆଗେଇବେ ସେଥିପାଇଁ ଲୋହାର ସମାଜର ସଂଗଠନ ଗଠନ କରାଯାଇଥିଲା l ଜଣେ ବ୍ୟକ୍ତି ର ବିକାଶ ହେଲେହିଁ ସମାଜର ବିକାଶ ହୋଇ ପାରିବ ତେଣୁ ପ୍ରତେକ ଅଭିଭାବକ ଏବଂ ଯୁବକ ମାନଙ୍କୁ ଶିକ୍ଷା କ୍ଷେତ୍ର ରେ ପ୍ରାଧାନ୍ୟ ଦିଆ ଯିବା ଲାଗି କୁହା ଯାଇ ଥିଲା l ଏହି କାର୍ଯ୍ୟକ୍ରମ ରେ ନୂତନ ଭାବରେ କାର୍ଯ୍ୟକର୍ତା ଚୟନ କରାଯାଇଥିଲେ l ଶୋଭା ଲୋହରl ଙ୍କୁ ସଭାପତି, ବଳି ଲୋହରା ଉପସଭାପତି, ସୋମନାଥ ଲୋହରା ଉପସମ୍ପାଦକ, ମୋହନ ଲୋହରl କୋଷା ଧକ୍ଷ, ରତନ ଲୋହରା ଉପ କୋଷା ଧକ୍ଷ ଭାବେ ଚୟନ କରା ଯାଇଥିଲେ l ସେହି ଭଳି କାର୍ଯ୍ୟକ୍ରମ ରେ ବନମାଳୀ ଲୋହରl, ଦେବ ଲୋହରା, ଶ୍ୟାମ ଲୋହରା ପ୍ରମୁଖ ଉପସ୍ଥିତ ଥିଲେ l

WhatsApp Image 2021 01 31 at 5.29.24 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: