ଲ୍ୟାଣ୍ଡିଙ୍ଗ ସମୟରେ ହେଲିକପ୍ଟର ଦୁର୍ଘଟଣା; ଜଣେ ଓଡ଼ିଆ ପାଇଲଟ୍‌ଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୩|୦୫:  ଛତିଶଗଡ ରାୟପୁରରେ ଦୁର୍ଘଟଣାର ଶିକାର ହୋଇଛି ଏକ ହେଲିକପ୍ଟର । ଟ୍ରେନିଂ ବେଳେ ଛତିଶଗଡ଼ ରାୟପୁରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ହେଲିକପ୍ଟରଟି ଅବତରଣ ବେଳେ ଏଥିରେ ନିଆଁ ଲାଗିଯିବାରୁ କ୍ରାସ ହୋଇଥିବା କୁହାଯାଉଛି ।  ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ ପାଇଲଟଙ୍କ ମଧ୍ୟରୁ ଜଣେ ଥିଲେ ଓଡିଆ । ରାୟପୁର ହେଲିକପ୍ଚଟର ଦୁର୍ଘଟଣାରେ ଓଡ଼ିଆ ପାଇଲଟ ଗୋପାଳକୃଷ୍ଣ ପଣ୍ତାଙ୍କ ମୃତ୍ୟୁ ଘଟିଛି । ମୃତ ପାଇଲଟ୍‌ ଜଣକ ସମ୍ବଲପୁର ବାହାମ ଗାଁର ବୋଲି ଜଣାପଡ଼ିଛି ।କାଲି ହେଲିକପ୍ଟର ଦୁର୍ଘଟଣାରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଥିଲା ।ଟ୍ରେନିଂ ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି । ହେଲିକପ୍ଟରଟି ଅବତରଣ ବେଳେ ଏଥିରେ ନିଆଁ ଲାଗିଯିବାରୁ କ୍ରାସ ହୋଇଥିବା କୁହାଯାଉଛି । କ୍ରାସ ବେଳେ ରାୟପୁରର ସ୍ୱାମୀ ବିବେକାନନ୍ଦ ବିମାନବନ୍ଦରରେ ବିରାଟ ବିସ୍ଫୋରଣ ଶବ୍ଦ ହୋଇଥିଲା । ଏହାକୁ ନେଇ ବିମାନଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: