କାଶୀପୁର,୧୫/୩(ରତ୍ନାକର ନାୟକ):ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଠାରେ ଗତ କାଲି ରୋସନ ଫିଟ ନେସ ଜିମ ପକ୍ଷରୁ ରାଜ୍ୟ ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ମିଷ୍ଟର ଓଡ଼ିଶା ଭାବେ ସମ୍ବଲପୁର ର ଶଙ୍କର ମେହେରଙ୍କୁ ମନୋନୀତ କରାଯାଇଛି ।କେବିବି ଏଫ ଏ ସହିତ ଅନୁବନ୍ଧିତ ଟିକିରି ର ରୋସନ ଫିଟ ନେସ ଜିମ ର ଅର୍ଗାନାଇଜର ଚିତ୍ରସେନ ନାୟକ ଏବଂ ସହଯୋଗୀ ହରପ୍ରସାଦ ନାୟକ ତତ୍ତ୍ୱାବଧାନରେ ଆୟୋଜିତ ବଡ଼ି ବିଲଡିଙ୍ଗ ଆଣ୍ଡ ଫିଟ ନେସ ଚମ୍ପିୟାନ ସିପ କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା ୟୁନିଟ ହେଡ଼ ତଥା ସଭାପତି ମଝହର ବେଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ସମ୍ମାନୀତ ଅତିଥିଭାବେ ଅଣ୍ଡିରାକଞ୍ଚ ଥାନା ଅଧିକାରୀ ତପନ ମହାଳିକ, ଦୋରାଗୁଡା ଥାନାର ଏସଆଇ ବିଶ୍ୱରଞ୍ଜନ ଦାଶ,ଟିକିରି ଥାନା ଏସ ଆଇ ବିକାଶ ପ୍ରଧାନ ସହିତ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି ବିଶେଷ ଉପସ୍ଥିତିରେ କାର୍ଯ୍ୟକ୍ରମର ଉଦଘାଟନ କରାଯାଇ ଥିଲା ।ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ଦୁଇ ଶହ ଜଣ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।ସେହିପରି କେବିବି ଏଫ ଏ ଚୟନସଂସ୍ଥାକର୍ମକର୍ତ୍ତା ମଧ୍ୟରେ ଉପଦେଷ୍ଟା ଏସ କେ ମହାନ୍ତି,ସହ ଏମ କେ ସ୍ୱାଇଁ, ସନ୍ତୋଷ ମହାନ୍ତି, ରଞ୍ଜନ ମହାନ୍ତି, ଭବାନୀ ଦାଶ, ନିଶାନ୍ତ ବହିଦାର ,ସନ୍ତୋଷ ନାୟକ, ସଂଗ୍ରାମ ସାମନ୍ତରାୟ ଅମିତାଭ ପରିଡ଼ା ,ନୀଳକଣ୍ଠ ବାରିକ,ବାଳକୃଷ୍ଣ ବାଗପ୍ରମୁଖ ଜୁରୀ ମାନେ ଉପସ୍ଥିତ ରହି ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ମନୋନୀତ କରିଥିଲେ ।ମିଷ୍ଟର ଓଡିଶା ଭାବେ ମନୋନୀତ ହୋଇଥିବା ପ୍ରତିଯୋଗୀ ଙ୍କୁ ପ୍ରମାଣ ପତ୍ର ,ସିଲ, ଏବଂ ନଗଦ ରାଶି ଦେଇ ସମ୍ମାନୀତ କରିବା ସହ ପୁରସ୍କୃତ କରାଯାଇଥିଲା ।ଟିକିରି ର ସୋରିଷ ପଦର ଛକ ଠାରେ ଥିବା ଜିମ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ଦୁଇ ହଜାର ଲୋକ ଉପସ୍ଥିତ ଥିଲେ ।ଏହି ଅଵସରରେ ସ୍ଥାନୀୟ ଅଞ୍ଚଳର ଜାତୀୟ ଭାର ଉତ୍ତୋଳନ କାରୀ ମହିଳା ସୁଶିଳା ମାଝୀ ଙ୍କୁ ଏବଂ ଉପସ୍ଥିତ ଅତିଥି ମାନଙ୍କୁଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।ପ୍ରଶାନ୍ତ ନାୟକ ସହିତ ଜିମ ରକର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |