‘ଶଙ୍ଖ ମୋ ଗର୍ବ’ ରୁ ଜୟ ଜଗନ୍ନାଥ ନାରା, ବିଜେଡି ଡରିଗଲା କି..

ଭୁବନେଶ୍ଵର,୨୮/୩:ଶଙ୍ଖ ମୋ ଗର୍ବ’ ପରେ ବିଜେଡିର ସୋସିଆଲ୍ ମିଡିଆରେ ନୂଆ କ୍ୟାମ୍ପେନ୍ ‘ଜୟ ଜଗନ୍ନାଥ’କୁ ନେଇ ଚର୍ଚ୍ଚା । ତେବେ ହଠାତ୍ ସ୍ଲୋଗାନ ବଦଳିବା ପଛର କାରଣ କଣ ? ବିରୋଧୀ କଂଗ୍ରେସ୍ କହିଛି, ଲୋକେ ଶଙ୍ଖ ମୋ ଗର୍ବ ନାରା ଗ୍ରହଣ ନକରିବାରୁ ବିଜେଡି ନିଜ ସ୍ୱର ବଦଳାଇଲା । ସେପଟେ ଆଗକୁ ରାମ ନବମୀ ଆସୁଥିବାରୁ ବିଜେପିର ଜୟ ଶ୍ରୀରାମ ନାରାକୁ କାଉଣ୍ଟର କରିବାକୁ ଏହି ଉଦ୍ୟମ ବୋଲି ଚର୍ଚ୍ଚା ହେଉଛି । ଏପଟେ କିନ୍ତୁ ବିଜେଡିର ନୂଆ ନାରାକୁ ନେଇ ତେଜିଛି ରାଜନୀତି । ସୋସିଆଲ୍ ମିଡିଆରେ ବିଜେଡି ଆରମ୍ଭ କରିଛି ଜୟ ଜଗନ୍ନାଥ କ୍ୟାମ୍ପେନ୍ । ମନ୍ତ୍ରୀ, ବିଧାୟକ, ନେତା, ସମସ୍ତେ ନିଜ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେଜୟ ଜଗନ୍ନାଥ କହି ଭିଡିଓ ପୋଷ୍ଟ କରୁଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ତଳେ ସମାନ ଢଙ୍ଗରେ ‘ଶଙ୍ଖ ମୋ ଗର୍ବ’ କହି ସାମାଜିକ ଗଣମାଧ୍ୟମରେ କ୍ୟାଂପେନ୍ କରିଥିଲା ବିଜେଡି । ଏଠାରେ ପ୍ରଶ୍ନ ଉଠୁଛି ହଠାତ୍ କାହିଁକି ‘ଶଙ୍ଖ ମୋ ଗର୍ବ’ ରୁ ଜୟ ଜଗନ୍ନାଥ ନାରା ଆପଣାଇଲା ବିଜେଡି ? କାହିଁକି ଏ ପରିବର୍ତ୍ତନ ? ଏହା ପଛରେ କିଛି ନିର୍ଦ୍ଦିଷ୍ଟ ଷ୍ଟ୍ରାଟେଜି ରହିଛି କି ? ଚର୍ଚ୍ଚା ହେଉଛି ସୋସିଆଲ୍ ମିଡିଆରେ ବିଜେଡିର ଶଙ୍ଖ ମୋ ଗର୍ବ କ୍ୟାମ୍ପେନ୍ କ୍ଲିକ୍ କଲା ନାହିଁ । ଓଲଟା ସବୁ ଆଡୁ ସମାଲୋଚନା ହେଲା। ଏମତିକି ସୋସିଆଲ୍ ମିଡିଆରେ ଟ୍ରୋଲ୍ ବି ହେଲା । ଏପରିକି ବିଜେଡିର ଯେଉଁ ନେତା-ନେତ୍ରୀ ଶଙ୍ଖ ମୋର ଗର୍ବ କହି ପୋଷ୍ଟ କଲେ, ସେମାନେ ଫସିଥିବା
ବିବାଦୀୟ ଘଟଣାକୁ ଉଲ୍ଲେଖ କରି କଟାକ୍ଷ କରାଯାଇଥିଲା । ତେଣୁ ତାକୁ ପ୍ରତିହତ କରିବା ପାଇଁ ଏହି ନୂଆ ନାରା ବୋଲି କୁହାଯାଉଛି । ସେପଟେ ଆଗକୁ ରାମ ନବମୀ ଆସୁଥିବାରୁ ବିଜେପି ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଜୟ ଶ୍ରୀରାମ ନାରା ଦିଆଯିବ । ତାକୁ ନଜରରେ ରଖି ବିଜେଡି ଆଗୁଆ ଜୟ ଜଗନ୍ନାଥ ନାରା ଦେଇଛି ବୋଲି ଚର୍ଚ୍ଚା ହେଉଛି । ଏପଟେ ପୁରା ପ୍ରସଙ୍ଗକୁ ନେଇ ତେଜିଛି ରାଜନୀତି । ସେପଟେ ବିଜେପିକୁ ଚେକ୍ ଦେବାକୁ ବିଜେଡି ସଫ୍ଟ ହିନ୍ଦୁତ୍ୱ କାର୍ଡ ଖେଳୁଥିବା ବି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । କାହିଁକି ନା ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର,  ସମଲେଶ୍ୱରୀ ମନ୍ଦିର ଭଳି ରାଜ୍ୟର ପ୍ରସିଦ୍ଧ ଦେବାଦେବୀ ପୀଠର ଉନ୍ନତୀକରଣ ଉପରେ ରହିଛି ବିଜେଡିର ଫୋକସ୍ । ଏହାବ୍ୟତୀତ କିଛି ଦିନ ତଳେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀ ସ୍ଥିତ ଗୋଶାଳାକୁ ଯାଇ ଗୋମାତାକୁ ଖାଇବାକୁ ଦେଇଥିଲେ । ଏପଟେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ଡାକ୍ତର ରାଜନ ଏକ୍କା କହିଛନ୍ତି ଭଗବାନକୁ ଭାଗ ଭାଗ କରିବା କଥା ନୁହେଁ । ସବୁ ଭଗବାନ ଏକ୍।  ବିଜେଡି ସବୁବେଳେ ଏକ ଧର୍ମ ନିରପେକ୍ଷ ଦଳ ବୋଲି ଦାବି କରି ଆସିଛି । ତେବେ ନିର୍ବାଚନକୁ ଆଖି ଆଗରେ ରଖି, ବିଜେପିକୁ ଚେକ୍ ଦେବାକୁ ଦଳ ସଫ୍ଟ ହିନ୍ଦୁତ୍ୱ କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!