ଶନି ଅଭିଷେକ କରିବା ପାଇଁ କୋଟିଏ ଟଙ୍କାର କଳସ ଦାନ କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ

ସମ୍ବଲପୁର,୨୩।୧:  ଶନି ଅଭିଷେକ କରିବା ପାଇଁ କୋଟି କୋଟି ଟଙ୍କାର ସୁନା କଳସ ଦାନ  କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନଵ କିଶୋର ଦାସ। ମହାରାଷ୍ଟ୍ର ଅହମଦନଗର ଜିଲ୍ଲାର ଶନି ଶିଙ୍ଗଣାପୁରରେ ଥିବା ଭଗବାନ ଶନିଙ୍କ ମନ୍ଦିରରେ ସୁନାର କଳସ ଦାନ କରିଛନ୍ତି । ଏହି କଳସ ୭୦୦ ଗ୍ରାମ ସୁନା ଓ ୫ କେଜି ରୂପାରେ ନିର୍ମିତ ହୋଇଛି। ଯାହାର ଦାମ ପାଖାପାଖି ଏକ କୋଟି ଟଙ୍କା। ଶନିବାର ସଂଧ୍ୟା ଆଳତି ସମୟରେ ଶନିଦେଵଙ୍କ ପ୍ରତିମୃତ୍ତି ନିକଟରେ ସପରିବାର ପହଞ୍ଚି ରିତି ନୀତି ଆନୁସାରେ କଳସ ଅର୍ପଣ କରିଥିଲେ। କଳସଟି ଆନନ୍ଦ ଭଲଗତ ନାମକ ଜଣେ ସୁନାରୀ ତିଆରି କରିଛନ୍ତି। କଳସରେ ଶ୍ରୀ ଶନେସ୍ଵରାୟ ନମଃ ଲେଖା ଥିନା ଶନିଦେନଙ୍କ ମନ୍ତ୍ର ଖୋଦିକି ଲେଖା ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: