ଶରରୀରୁ ଚର୍ବି ହ୍ରାସ କରି ଜୀବନ ହାରିଲେ ଅଭିନେତ୍ରୀ

ବେଙ୍ଗାଲୁରୁ ୧୭/୦୫: ପତଳା ଦେଖାଯିବା ପାଇଁ ଶରରୀରୁ ଚର୍ବି ହ୍ରାସ କରିଥାନ୍ତି । ତେବେ ଏହି ସର୍ଜରୀ ଏବେ ଜଣେ କନ୍ନଡ ଅଭିନେତ୍ରୀଙ୍କ ପାଇଁ କାଳ ପାଲଟିଛି । ଅର୍ଥାତ୍ ପ୍ଲଷ୍ଟିକ ସର୍ଜରୀ କରିବା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଯେଉଁଥିପାଇଁ କନ୍ନଡ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ମୃତ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଚେତନା ରାଜ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୧ ବର୍ଷ ବୟସ ହୋଇଥିଲା ।ରିପୋର୍ଟରୁ ଜଣାପଡିଛି ଯେ, ନିଜ ଶରୀରରୁ ଚର୍ବି କମାଇବା ପାଇଁ ସେ ପ୍ଲାଷ୍ଟିକ ସର୍ଜରୀ କରୁଥିଲେ । ତେବେ ସର୍ଜରୀରେ କିଛି ତ୍ରୁଟି ହେତୁ ଫୁସଫୁସରେ ସମସ୍ୟା ହୋଇଛି । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଯାହା ଜଣାପଡିଛି ଚେତନା ନିଜ ସର୍ଜରୀ ବିଷୟରେ କାହାକୁ କିଛି କହିନଥିଲେ । ଏମିତିକି ତାଙ୍କ ପିତା ମାତା ମଧ୍ୟ ଏ ବିଷୟରେ ଅଜ୍ଞ ଥିଲେ । ସେ ନିଜେ ତାଙ୍କ ସାଙ୍ଗମାନଙ୍କ ସହ ମିଶି ସର୍ଜରୀ କରିବାକୁ ନିଷ୍ପତ୍ତି ନେଇଥିଲେ । ଏକୁଟିଆ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ଏବେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ପରିବାର ଲୋକ ଏ ବିଷୟରେ ଜାଣିବା ପରେ ଡାକ୍ତରଙ୍କ ଅବହେଳାକୁ ୟାଦୀ କରିଛନ୍ତି । ବାପା ମାଆଙ୍କ ଅଭିଯୋଗ ଅନୁଯାୟୀ ଚିକିତ୍ସାରେ ଅବହେଳା ହେତୁ ମୃତ୍ୟୁ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: