ଶରୀର ଥଣ୍ଡା ପାଇଁ ….

ଭୁବନେଶ୍ଵର,୨୯/୪:ଖରାଦିନେ ସୁସ୍ଥ ରହିବା ପାଇଁ ଶରୀର ଥଣ୍ଡା ରଖିବା ନିତାନ୍ତ ଆବଶ୍ୟକ। ଖରାଦିନେ ବାହାରର ତାପମାତ୍ରା ଖୁବ ଅଧିକ। ଫଳରେ ଶରୀରର ପାଇଁ ଅନେକ ସମସ୍ୟା ହୋଇଥାଏ। ଏଥିପାଇଁ କିଛି ବିଶେଷ ଜିନିଷକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ। ଖରାଦିନେ ଶରୀରରେ ଜଳୀୟଅଂଶର ମାତ୍ରା ସଠିକ ରଖିବା ଆବଶ୍ୟକ। ପାଣିର ଅଭାବରୁ ଅନେକ ରୋଗ ହେବାର ମଧ୍ୟ ସମ୍ଭାବନା ରହିଥାଏ। ଏହି ଦିନରେ ଫଳ ଓ ପନିପରିବା ସେବନ କରିବା ଆବଶ୍ୟକ। ଜାଣନ୍ତୁ ଖରାଦିନେ ଶରୀରକୁ ଥଣ୍ଡା ରଖିବା ପାଇଁ କ’ଣ ସେବନ କରିବା ଉଚିତ।
ପିଆଜ – ଖରାଦିନେ ପିଆଜ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହା ଶରୀରକୁ ଥଣ୍ଡା ରଖି ଥାଏ। ବିଭିିନ୍ନ ବ୍ୟଞ୍ଜନ ସହ ଏହାକୁ ସାଲାଡରେ ମଧ୍ୟ ଖାଇପାରିବେ। ପିଲାଙ୍କୁ ମଧ୍ୟ ବର୍ଗର ଅଥବା ସ୍ୟାଣ୍ଡୱିଚ୍‍ ଆଦିରେ କଞ୍ଚା ପିଆଜ ଖାଇବାକୁ ଦିଅନ୍ତୁ
କାକୁଡି –ଖରାଦିନେ କାକୁଡି ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶର ଅଭାବ ହୋଇନଥାଏ। ଏହା ଅଂଶୁଘାତରୁ ମଧ୍ୟ ରକ୍ଷା କରିବାରେ ସହାୟକ ହୋଇଥାଏ। ଏଥିରେ ଫାଇବର ସହ ଜଳର ମାତ୍ରା ମଧ୍ୟ ଅଧିକ ଥାଏ। ଏହାକୁ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିବା ସହ ସତେଜ ଅନୁଭବ ହୋଇଥାଏ। ବିଶେଷ କରି ଏହାକୁ ସାଲାଡ ଓ ରାଇତା ଭାବେ ପ୍ରସ୍ତୁତ କରି ଖାଆନ୍ତୁ। ଏହା ପେଟ ଜନିତ ଅନେକ ସମସ୍ୟା ଦୂର ସହ କୋଷ୍ଠକାଠିନ୍ୟ ମଧ୍ୟ ଦୂର କରିଥାଏ। ଶରୀରକୁ ଭିତରୁ ଥଣ୍ଡା ରଖିବା ସହ ଶକ୍ତି ଯୋଗାଇଥାଏ।
ଦହି –ଦହି ଖାଇବା ଶରୀର ପାଇଁ ଖୁବ ଉତ୍ତମ। ଏହା ସ୍ୱାଦିଷ୍ଟ ହେବା ସହ ଅନେକ ରୋଗକୁ ଶରୀର ଠାରୁ ଦୂରେଇ ରଖିଥାଏ। ଖରାଦିନେ ଦହି ଖାଇବା ଦ୍ୱାରା ଶରୀର ଥଣ୍ଡା ରହିବା ସହ ପେଟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। ଦହି ଲସି,ସରବତ,ରାଇତା ଆଦି ଦହିରେ ପ୍ରସ୍ତୁତ କରି ଖାଇପାରିବେ। ଏହା ପେଟକୁ ଥଣ୍ଡା ରଖିବା ସହ ପାଚନକ୍ରିୟାକୁ ସୁସ୍ଥ ରଖିଥାଏ।

ଲାଉ – ଲାଉ ଖରାଦିନେ ଶରୀରକୁ ଥଣ୍ଡା ରଖିଥାଏ। ଏଥିରେ ଜଳର ମାତ୍ରା ମଧ୍ୟ ଅଧିକ ଥାଏ। ଏହା ପେଟକୁ ଥଣ୍ଡା ରଖିବାରେ ବେଶ ସହାୟକ ହୋଇଥାଏ। ଏହି ଦିନେ ଲାଉ ଖାଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ। ଏହାର ଜୁସ,ତରକାରୀ ସହ ରାଇତା ପ୍ରସ୍ତୁତ କରି ମଧ୍ୟ ପିଇପାରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: