ଭୁବନେଶ୍ୱର,୧୩/୦୪:କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲାରେ ପ୍ରମାଣ ଏକାଠି କରୁଛିି କ୍ରାଇମବ୍ରାଞ୍ଚ । ଏହାରି ମଧ୍ୟରେ ଶର୍ମିଷ୍ଠାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବଡ଼ ପ୍ରମାଣ । ପ୍ରମାଣ ନଷ୍ଟ ପାଇଁ ଚଣ୍ଡିଖୋଲ ଯାଇଥିବାର ଫଟୋ ମିଳିଛି । ମାନସର ଶବ ନୟାଗଡ଼ରେ ପୋତିବା ପରେ ଅଭିଯୁକ୍ତମାନେ ଚଣ୍ଡିଖୋଲରେ ମାନସ ବ୍ୟବହାର କରିଥିବା ଚପଲ, ଇୟର ଫୋନ୍ ଓ କୋଦାଳ, ଗଇଁତି, ଅଖା ଇତ୍ୟାଦି ଫିଙ୍ଗି ଦେଇଥିଲେ। ଚଣ୍ଡିଖୋଲରେ ଏସବୁ ଜିନିଷ ଫିଙ୍ଗିବା ନେଇ କ୍ରାଇମବ୍ରାଞ୍ଚ ଆଗରେ ଅଭିଯୁକ୍ତ ସ୍ୱୀକାର କରିଛନ୍ତି। ଟାଙ୍ଗୀ ବନ୍ଦାଳ ଟୋଲ ଗେଟରେ କାର ଯାଇଥିବାର ଫଟୋ ମିଳିଛି । ଡିଲିଟ ଫାଇଲ୍ ରିକଭରି ପାଇଁ ଫରେନ୍ସିକ ବିଭାଗକୁ ଅପେକ୍ଷା କରାଯାଇଛି । ଟାଙ୍ଗୀ ବନ୍ଦାଳ ଟୋଲ ଗେଟରେ ଶର୍ମିଷ୍ଠାଙ୍କ କାର୍ ନେଇ ମିଳିଛି ତଥ୍ୟ । ଫେବ୍ରୁଆରୀ ୯ ରାତିରେ କାର ଟୋଲ ଗେଟ ପାସ୍ କରିଥିବା ସ୍ପଷ୍ଟ ହୋଇଛି । ରାତି ୧୨ଟା ୨୮ରେ ଯାଇ ପୁଣି ୧ଟା ୫୯ରେ ଗେଟ୍ ପାସ୍ କରିଥିଲା କାର୍ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ଫେବୃଆରୀ ୯ ତାରିଖ ରାତିରେ କାର୍ ଟୋଲ୍ ଗେଟ୍ ଦେଇ ପାସ୍ କରିଥିଲା। ଯାହାର ଦୃଶ୍ୟ CCTVରେ କଏଦ ହୋଇଛି। ସେହିଦିନ ରାତି ୧୨ଟା ୦୮ରେ କାର୍ ଯାଇ ପୁଣି ୧ଟା ୫୯ରେ ଟୋଲ୍ ଗେଟ୍ ପାସ୍ କରିଥିଲା। ଟୋଲ୍ ଗେଟ୍ ଦେଇ ଶର୍ମିଷ୍ଠାଙ୍କ କାର୍ ପାସ୍ କରିଥିବାର ଫଟୋ ଓ ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚ ଟିମ୍ ହାସଲ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |