ଶହୀଦ ପରିବାରଙ୍କ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି

ଭୁବନେଶ୍ୱର, ୪।୫  : ଯୁଦ୍ଧ କିମ୍ବା ଉଗ୍ରବାଦର ମୁକାବିଲା କରିବା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ଓଡ଼ିଆ ଯବାନମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ସହାୟତା ରାଶି ପରିମାଣକୁ ପାଞ୍ଚ ଲକ୍ଷ ଟଙ୍କାରୁ ଦଶ ଲକ୍ଷ ଟଙ୍କାକୁ ବୃଦ୍ଧିି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହିଦ ମାନଙ୍କ ସମ୍ପର୍କୀୟଙ୍କ ପାଇଁ ସରକାରୀ ଆର୍ଥିକ ସହାୟତା ପରିମାଣକୁ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ବାର୍ତ୍ତାରେ ଏହି ସୂଚନା ଦିଆଯାଇଛି ।ସମାରିକ ତଥା ଅର୍ଦ୍ଧସମାରିକ  ବାହିନୀରେ ରହି  ଦେଶ  ପାଇଁ  ପ୍ରାଣବଳୀ ଦେଉଥିବା  ଯବାନ ଓ ଅଫିସରମାନଙ୍କ ପରିବାରର କଲ୍ୟାଣ ପାଇଁ  ରାଜ୍ୟ ସରକାର   କାର୍ଗିଲ ଯୁଦ୍ଧ ସମୟରୁ ସହୀଦ  ପରିବାର   କଲ୍ୟାଣ ପାଇଁ ଏକ ସହାୟତା ପାଣ୍ଠି ଗଠନ  କରିଛନ୍ତି।  ପ୍ରାଥମିକ  ଭାବରେ ଏହି ସହାୟତା  ରାଶି ଏକ ଲକ୍ଷ ଟଙ୍କା ଥିବା  ବେଳେ ୨୦୧୦  ଓ ୨୦୧୨ ରେ ଏହାକୁ ଯଥା କ୍ରମେ ଦୁଇ ଲକ୍ଷ  ଓ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: