ଶହେ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆ

ନୂଆଦିଲ୍ଲୀ ,୧୮/୦୬:  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ୍ ଙ୍କ ଶହେତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ଗାନ୍ଧିନଗର ଯାଇ ମାଆଙ୍କ ପାଦ ଧୋଇବା ସହ ତାଙ୍କର ଆଶୀର୍ବାଦ ନେଇଥିବାର ଦେଖିବାକୁ ମିଳିଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ପୁରା ଭାବବିହ୍ୱଳ ହୋଇ ପଡିଥିଲେ । ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ନାଁରେ ଗାନ୍ଧିନଗରର ୮୦ ମିଟର ରାସ୍ତାକୁ ପୂଜ୍ୟ ହୀରାବା ମାର୍ଗ ନାଁରେ ନାମିତ କରିଛନ୍ତି ସ୍ଥାନୀୟ ମେୟର ।ମୋଦି ମାଆଙ୍କ ଜନ୍ମଦିନରେ କହିଛନ୍ତି ଯେ “ଗତ ସପ୍ତାହରେ, ମୋ ଭଣଜା ଗାନ୍ଧିନଗରରୁ ମା’ଙ୍କ କିଛି ଭିଡିଓ ସେୟାର କରିଥିଲେ। ଏହାପରେ ଘର ପାଖର କିଛି ଯୁବକ ଆମ ଘରକୁ ଆସିଥିଲେ, ଘରେ ରଖାଯାଇଥିବା ମୋ ବାପାଙ୍କ ଫଟୋକୁ ଚେୟାରରେ ରଖି ସେଠାରେ ଭଜନ କୀର୍ତ୍ତନ କରିଥିଲେ । ସେହି ସମୟରେ ମାଆ ଭଜନ ଗୀତରେ ମଗ୍ନ ରହିଥିଲେ । ବୟସର ଅପରାହ୍ଣରେ ମାଆ ପହଞ୍ଚିଥିଲେ ବି ସେ ପୂର୍ବପରି ମାନସିକ ସ୍ତରରେ ସଜାଗ ରହିଛନ୍ତି” । ମୋଦୀ ଗାନ୍ଧୀନଗର ପହଁଚି ନିଜ ମାଆଙ୍କ  ଆଶୀର୍ବାଦ ନେଇଛନ୍ତି ଓ ତାଙ୍କର  ପୂଜା ମଧ୍ୟ କରିଛନ୍ତି । ସେ  ହୀରାବେନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବା ସହ ଉପହାରରେ ଏକ ଶାଲ୍ ମଧ୍ୟ  ପ୍ରଦାନ କରିଛନ୍ତି । ଏହି ଅବସରରେ ମୋଦୀଙ୍କ ଭାଇ ଘରେ ସ୍ୱତନ୍ତ୍ର ପୂଜାପାଠ କରିଥିଲେ । ଏହାସହ ପରିବାରର ସମସ୍ତ ସଦସ୍ୟଙ୍କୁ ମିଠା ଦେଇଥିଲେ । ମୋଦୀ ମଧ୍ୟ ମାଆ ହିରାବେନଙ୍କ ସହ ଘରେ ଥିବା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାସହ ମୋଦୀ ମାଆଙ୍କ ଜନ୍ମଦିନ ପାଇଁ ପାଓ୍ୱାଗଡ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ।ପାଓ୍ୱାଗଡରେ ପ୍ରଧାନମନ୍ତ୍ରୀ ମା’ କାଳୀଙ୍କ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । କାରଣ ମୋଦୀ ମା’ କାଳୀଙ୍କୁ ଖୁବ୍ ପୂଜା କରନ୍ତି । ଏଠାରେ ହୀରାବେନଙ୍କ ବୟସ ଶହେ ଛୁଇଁବା ଅବସରରେ ସେ ଖାସ୍ ପୂଜାର୍ଚ୍ଚନା ମଧ୍ୟ କରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: