ଶାଢୀ ପଣତରେ କଙ୍ଗନା

ମୁମ୍ବାଇ,୧୩।୯: I Support Kangana Ranaut ଲେଖାହୋଇଛି  ଶାଢୀର ପଣତରେ  । ସୁରଟର ଜରେ କପଡା ବେପାରୀ ମଧ୍ୟ କଙ୍ଗନାଙ୍କ ସମର୍ଥନରେ ଆସିଛନ୍ତି। ସେ ତାଙ୍କ ଶାଢୀରେ କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ର ପୋଷ୍ଟର ବ୍ୟବହାର କରିଛନ୍ତି। ପୁରୁଷୋତ୍ତମ ଝୁନଝୁନଓ୍ବାଲା ସରଫ୍ ଛୋଟୁ ଭାଇ ଶାଢୀ ବେପାରୀ କହିଛନ୍ତି, ସାରା ଦେଶ ଦେଖୁଛି କିଭଳି ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କୁ ହଇରାଣ କରାଯାଉଛି  ।  ତାଙ୍କ ସମର୍ଥନରେ ଶାଢୀ ମାଧ୍ୟମରେ ଲୋକଙ୍କ ନିକଟ ତର ହେଉଛି ।  ଏଭଳି ସ୍ଥିତିରେ ଆମକୁ କଙ୍ଗନାଙ୍କ ସମର୍ଥନ କରିବା ଦରକାର।  ମହାରାଷ୍ଟ୍ର ସରକାରଙ୍କ ଭିତରେ ଗତ କିଛି ଦିନ ଧରି ଲାଗିଥିବା ବିବାଦ ସାରା ଦେଶ ଦେଖିଛି। କେବେ କଙ୍ଗନା, ଶିବସେନାକୁ ଟାର୍ଗେଟ କରୁଛନ୍ତି ତ ଆଉ କେବେ ଶିବସେନାର ମନ୍ତ୍ରୀ ଓ ନେତା କଙ୍ଗନାଙ୍କ ଉପରେ ନିଜର ପାଲଟା ଆକ୍ରମଣ କରୁଛନ୍ତି। ବିବାଦ ଏତେ ବଢିଯାଇଥିଲା ଯେ, ବିଏମସି କଙ୍ଗନାଙ୍କ ମୁମ୍ବାଇ ଅଫିସକୁ ଭାଙ୍ଗି ଦେଇଛି, ଯାହାକୁ ନେଇ ଏବେ କଙ୍ଗନା, ମହାରାଷ୍ଟ୍ର ସରକାରଙ୍କ ସହିତ ଲଢେଇ ଜାରି ରଖିଛନ୍ତି।କଙ୍ଗନାଙ୍କୁ କିଛି ବଲିଉଡ ଷ୍ଟାରଙ୍କ ସମର୍ଥନ ମିଳିଥିବା ବେଳେ ଅନ୍ୟପକ୍ଷେ ଦେଶର ଲକ୍ଷାଧିକ ପ୍ରଶଂସକ ତାଙ୍କୁ ସମର୍ଥନ କରୁଛନ୍ତି।  ଓ ଏହାପରେ ବି କଙ୍ଗନା ନିଜ ଜିଦରେ ଅଟଳ ଅଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!