ପୁରୀ,୧୩/୨ :ଆଜି ବିଶ୍ୱ ରେଡ଼ିଓ ଦିବସ । ଏହି ଦିବସରେ ପୁରୀ କୁମ୍ଭାରପଡ଼ାର ସୁଦର୍ଶନ ସାହୁଙ୍କ ପୁଅ ଶାଶ୍ୱତ ସାହୁ ଦିଆସିଲି କାଠରେ ପାନାସୋନିକ ରେଡ଼ିଓ ତିଆରି କରି ସମସ୍ତଙ୍କ ଦୃଷ୍ଟିଗୋରଚ ହୋଇଛନ୍ତି । ମାତ୍ର ୧୯ ବର୍ଷ ବୟସରେ ୧୧୦୦ଟି ଦିଆସିଲି କାଠି ବ୍ୟବହାର କରି ତିନି ଦିନ ମଧ୍ୟରେ ସେ ଏହି ରେଡ଼ିଓ ନିର୍ମାଣ କରିଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଭାରତରେ ରେଡିଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରୁଛି। ଏହି ମଡେଲ୍ ତିଆରି କରି ମୁଁ ସମସ୍ତ ରେଡିଓ କାର୍ଯ୍ୟକ୍ରମକୁ ସମର୍ଥନ କରେ ଏବଂ ଲୋକଙ୍କୁ ରେଡିଓ ଶୁଣିବାକୁ ଅନୁରୋଧ କରୁଛି ବୋଲି ଶାଶ୍ୱତ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |