ଡାବୁଗାଁ(ମିହିର ଶଙ୍କର ପାତ୍ର), ୨୬/୩ :ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅନୁସୂଚିତ ଜନଜାତି ସରକାରୀ ଆଶ୍ରମ ବିଦ୍ୟାଳୟ -ସଭାଗୃହରେ ରବିବାର ଦିନ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉକ୍ତ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ପ୍ରଧାନ ଶିକ୍ଷୟତ୍ରୀ ଆରତୀ ବିଷୟୀ ଙ୍କ ସଭାପତିତ୍ଵ କରିଥିଲେ। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁକାନ୍ତ କୁମାର ସ୍ଵାଇଁ ଯୋଗ ଦେଇଥିଲେ। ଶିକ୍ଷୟତ୍ରୀ ଦମୟନ୍ତୀ ଦୋରା , ଶିକ୍ଷୟତ୍ରୀ ରଶ୍ମି ରଞ୍ଜିତା ନାୟକ, ସୁପ୍ରିୟା ମହାଙ୍କୁଡ,ସନାମଣି ପୂଜାରୀ, ସୁଧେସ୍ନା ଯୋତି, କଳ୍ପନା ଉତଥାନ ସିଂ , ଇତିଶ୍ରୀ ପ୍ରଧାନ ପମୁଖ ମଞ୍ଚରେ ଉପବିଶନ କରିଥିବାବେଳେ ସମ୍ମୁଖରେ ୩୩୦ ରୁ ଊର୍ଦ୍ଧ୍ଵ ଅଭିଭାବକ ମା ଓ ବାପା ମାନେ ଉପସ୍ଥିତ ରହି ବିଦ୍ୟାଳୟ ର ଅସୁବିଧା, ସୁବିଧା ଉପରେ ଆଲୋଚନା କରାଯାଇଥିଲା । ଫୁଲଗଛ ଧାଡିକି ଧାଡି ଦେଖି ଯେ କେହି ଦେଖିଲେ ମଧ୍ୟ ଖୁସି ହୋଇ ଉଠିବେ । ବାଳିକା ବାଳକ ମାନଙ୍କର ସୁରକ୍ଷା ଓ ନିରାପତ୍ତା ଉପରେ, ସଂମ୍ପୃକ୍ତ ଛାତ୍ରୀ ଛାତ୍ର ମାନେ ଶିକ୍ଷା କ୍ଷେତ୍ରରେ କିପରି ଅଗ୍ରଗତି କରିପାରିବେ, ବୃତ୍ତିଗତ ଶିକ୍ଷାର ବିକାଶ, ଅନୁସୂଚିତ ଜନଜାତି ଓ ଜାତି ସମ୍ପ୍ରଦାୟର ଛାତ୍ରୀଛାତ୍ର ମାନେ ସରକାରଙ୍କ ଠାରୁ ପାଉଥିବା ସୁବିଧା ସୁଯୋଗ ବିଷୟରେ ଆଲୋଚନା କରାଯାଇଥିଲା | ସେହିପରି ଡାବୁଗାଁ ବଡ଼ ଓଲମା ଆଶ୍ରମ ୨- ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୋରିପଦର ଆଶ୍ରମ ବିଦ୍ୟାଳୟ ରେ ମଧ୍ୟ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |