ବ୍ରହ୍ମପୁର,୧୬/୬(ମନୋଜ କୁମାର ପାତ୍ର):ବ୍ରହ୍ମପୁର ମହାନଗର ଅନ୍ତର୍ଗତ ବାରାକ୍ସ୍ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ଗାୟତ୍ରୀ ଦେବୀ କରୋନା ସଂକ୍ରମଣରେ ପୀଡିତ ହୋଇ ଗତ ୧୩/୬/୨୧ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ।ତେବେ ବ୍ରହ୍ମପୁର ମହାନଗର ଏଲିମେଣ୍ଟାରି ଶିକ୍ଷକ ସଂଘ ତରଫରୁ ଆଜି ଗେଟ ବଜାର ନିକଟସ୍ଥ ସୂର୍ଯ୍ୟନଗରରେ ଅବସ୍ଥିତ ବାସଗୃହରେ ଏକ ପ୍ରତିନିଧି ଦଳ ସଙ୍ଘର ସଭାପତି ରାଜେଶ କୁମାର ତାରିଣୀଙ୍କ ନେତୃତ୍ୱରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ ଜଣେଇବା ସହ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ଏହା ସହିତ ରଙ୍ଗେଇଲୁଣ୍ଡା ଗୋଷ୍ଠି ଶିକ୍ଷାଧିକାରୀ ପ୍ରଭାତୀ ମହାପାତ୍ରଙ୍କ ପରାମର୍ଶ କ୍ରମେ ଗୁରୁଛାତ୍ର କଲ୍ୟାଣ ପାଣ୍ଠି ଗଞ୍ଜାମରୁ ୧୦ ହଜାର ଟଙ୍କା ସିଆରସିସି ଶ୍ରୀମତୀ ମମତା ପାଣିଗ୍ରାହୀଙ୍କ ଉପସ୍ଥିତରେ ପ୍ରଦାନ କରାଯାଇଥିଲା।ଉଭୟ ସହାୟତା ମୃତ ଶିକ୍ଷୟିତ୍ରୀଙ୍କ ପୁତ୍ର ଶ୍ରୀମାନ ଶିବାନନ୍ଦ ପାତ୍ର ଗ୍ରହଣ କରିବା ସହ ଏଭଳି ଦୁଃଖଦ ସମୟରେ ସଂଘର ଭୂମିକାକୁ ସାଧୁବାଦ ଜଣାଇଥିଲେ।ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ସୀମାଞ୍ଚଳ ମିଶ୍ର, କୋଷାଧ୍ୟକ୍ଷ କେ. ଆନନ୍ଦ ରାଓ, ସଦସ୍ୟ ବନମାଳୀ ଦାସ, ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଧୌର୍ଯ୍ୟ ପ୍ରଦାନ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |