ଶିବ ଶୃତି ଭବନରେ ଶିବ ଜୟନ୍ତୀ ପାଳିତ

 

ମୁନିଗୁଡା,12/3 (ନନ୍ଦ କିଶୋର ପଟ୍ଟନାୟକ) :ରାୟଗଡା ଜିଲ୍ଲା ମୁନିଗୁଡାସ୍ଥିତ ଶିବ ଶୃତି ଭବନ ପରିସରରେ 85ତମ ଶିବ ଜୟନ୍ତୀ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l ମୁନିଗୁଡା ଶିବ ଶୃତି କେନ୍ଦ୍ରର ସଞ୍ଚାଳିକା ଭଉଣୀ ବି.କେ.ଦୀପା ଓ ଭାଇ ବି.କେ.ଅମିତଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ହୃଷିକେଶ ଜାଲି, ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସିମାଞ୍ଚଳ ପଣ୍ଡା ଓ ବିଶିଷ୍ଟ ବ୍ୟବସାୟୀ ତରଣୀ ଚୌଧୁରୀ ପ୍ରମୁଖ ଯୋଗଦେଇ ପ୍ରଥମେ କେନ୍ଦ୍ରର ପବିତ୍ର ପାରମ୍ପରିକ ଶିବ ପତକା ଉତ୍ତଳୋନ କରିବା ସହ ଦୀପ ପ୍ରଜ୍ବଳନ କରିଥିଲେ l ଏହି ଅବସରରେ ଭବନରେ ରୀତିନୀତି ଅନୁସାରେ ବିଭିନ୍ନ ପୂଜାର୍ଚ୍ଚନା ଅନୁଷ୍ଠିତ ହେବାସହ ସଞ୍ଚାଳିକା ବି.କେ.ଦୀପା ଏହି କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ବୁଝାଇଥିଲେ l ପରେ ପ୍ରବଚନ କାର୍ଯ୍ୟକ୍ରମ ହୋଇଥିଲା l ଏଥିରେ ବିଭିନ୍ନ ଗୀତା ପାଠ ଶାଳାରୁ ଭାଇ ଭଉଣୀ ମାନେ ଭାଗ ନେଇଥିଲେ l ଉକ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ରର ଭାଇ ବି.କେ. ରଞ୍ଜନ, ଦିଲ୍ଲୀପ,ସୁବାସ,ସଦା, ରାଧାମୋହନ,ସନ୍ୟାସୀ, ଭରତ, ଭଉଣୀ ବି.କେ.ଅଞ୍ଜନା,ସଙ୍ଗୀତା, ସୁଶୀଳା,ତେଜସ୍ୱିନୀ,ଉଷା ପ୍ରମୁଖଙ୍କ ସମେତ ଅନ୍ୟ ଭାଇ ଓ ଭଉଣୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ l ଶେଷରେ କେନ୍ଦ୍ରର ଭାଇ ବି.କେ. ବିଜୟ କୁମାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: