ଶିମିଳିପାଳରେ ଜବତ ହେଲା ମହାବଳ ବାଘ ଚମଡ଼ା

ବାରିପଦା,୧୪।୧୨: ଶିମିଳିପାଳରେ ଜବତ ହେଲା ମହାବଳ ବାଘ ଚମଡ଼ା|ଦନ୍ତାହାତୀ ଶିକାର ପରେ ଏବେ ଶିମିଳିପାଳରେ ମହାବଳ ବାଘ ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି। ଶିମିଳିପାଳରେ ଶିକାରୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ସକାଳେ ବାରିପଦା ଉଦଳା ରାସ୍ତାର ବିସିପୁର ଠାରେ ଜଣେ ବେପାରୀ ବାଘ ଛାଲ ବିକ୍ରି କରିବା ପାଇଁ ଉଦ୍ୟମ କରୁଥିଲା । ଏହି ଖବର ପାଇ ଏସଟିଏଫ ଟିମ୍ ଗ୍ରାହକ ସାଜି ସେଠାରେ ମୁଲଚାଲ କରିଥିଲେ । ଏହାପରେ ମହାବଳ ବାଘକୁ ନେଇ ମଧ୍ୟ ଟଙ୍କା ଡିଲ ହୋଇଥିଲା । ବାଘଛାଲ ଦେଖିଲା ପରେ ହଠାତ ପୋଲିସ ତାକୁ ଧରି ନେଇ ଗିରଫ କରିଥିଲେ ।ଘଟଣାସ୍ଥଳରେ ଅନ୍ୟ ୨ଜଣ ବ୍ୟକ୍ତି ଫେରାର ଅଛନ୍ତି ।ଶିକାରୀମାନେ ଶିମିଳିପାଳରେ ପଶୁଙ୍କୁ ଶିକାର କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ତଥ୍ୟକୁ ପୋଡ଼ିଦେଇଥିବା   ଘଟଣା ସାମ୍ନାକୁ ଆସିଛି । ଆଜି ଏକ ମହାବଳ ବାଘ ଛାଲକୁ ଜବତ କରାଯାଇଛି । ମହାବଳ ବାଘ ଶିକାର କରି ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଶିକାରୀ ଜଣକ ଧରା ପଡ଼ିଛନ୍ତି । ଶିକାରୀଙ୍କ ସହ ଅନ୍ୟ ୨ ଦୁଇଜଣ ବ୍ୟକ୍ତି ଖସି ପଳାୟନ କରିଛନ୍ତି । ଏସଟିଏଫ୍ ମହାବଳ ବାଘ ଛାଲକୁ ନିଜ କବଜାରେ ଆଣିବା ପରେ ଗିରଫ କରିଛି ଶିକାରୀଙ୍କୁ ।ବାଘଙ୍କ ସୁରକ୍ଷା ଏବଂ ବଂଶ ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରି ସ୍ଥିତିରେ ବାଘ ଛାଲ ଜବତ ମିଳିବା ଘଟଣା ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ  ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: