ଶିମିଳିପାଳ ଜଙ୍ଗଲରେ ନିଆଁ ଲଗାଇ ୫ ଗିରଫ

କରଞ୍ଜିଆ, ୨୯/୦୩ : ଶିମିଳିପାଳରେ ଲାଗିଛି ନିଆଁ। ଆଜି ଉତ୍ତର ଶିମିଳିପାଳର ଗୁରୁଗୁଡ଼ିଆ ଏବଂ ତାଳବନ୍ଧ ରେଞ୍ଜର ୪ଟି ସ୍ଥାନରେ ଅଭୟାରଣ୍ୟର ଶୁଖିଲା ଗଛପତ୍ର ଜଳୁଛି। ଏହି ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗ ଲାଗି ବଡ଼ ଚାଲେଞ୍ଜ ହୋଇଛି। ଜଙ୍ଗଲ ନିଆଁ ନିର୍ବାପିତ ପାଇଁ ୭୦୦ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି। ବନ୍ୟପ୍ରାଣୀଙ୍କୁ ଶିକାର କରିବା ଉଦ୍ଦେଶ୍ୟରେ ଶିକାରୀମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଯାହାଫଳରେ ଜଙ୍ଗଲରେ ଥିବା ବାରାହା୍, କୁଟୁରା ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି ଏବଂ ଶିକାରୀଙ୍କ ହାବୁଡ଼ରେ ପଡ଼ି ସେମାନଙ୍କର ପ୍ରାଣ ଯାଉଛି। ଏତଦ୍ ବ୍ୟତୀତ ଜଙ୍ଗଲରେ ନିଆଁ ଲଗାଇବା ଦ୍ଵାରା ବିଭିନ୍ନ ମୂଲ୍ୟବାନ୍ ଗଛଲତା ଓ ଔଷଧୀୟ ଗୁଳ୍ମ ନଷ୍ଟ ହୋଇଯାଉଛି। ଶିମିଳିପାଳ ଅଭୟାରଣ୍ୟ ନଅଣା ରେଞ୍ଜ ଅଞ୍ଚଳରେ ଜଙ୍ଗଲ ଭିତରେ ନିଆଁ ଲଗାଉଥିବା ସମୟରେ ୫ ଦୁର୍ବୃତ୍ତଙ୍କୁ ଧରିଲା ବନବିଭାଗ। ଆଜି ତାଳବନ୍ଧ ରେଞ୍ଜର ୬ଟି ଏବଂ ଚହଲା ରେଞ୍ଜର ଗୋଟିଏ ପଏଣ୍ଟରେ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବାକୁ ବନଭିଭାଗ କର୍ମଚାରୀ ଓ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି । ଏନେଇ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡର ଏସି.ଏଫ.ପ୍ରଦୀପ ଦେ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: