ଶିଳ୍ପ ତାଲିମ କେନ୍ଦ୍ରର ଶିଳାନ୍ୟାସକୁ ପୁରିବ ଦୁଇ ବର୍ଷ ହେଲେ କାର୍ଯ୍ୟକ୍ଷମ ହେବ କେବେ ?

କଳାହାଣ୍ଡି,୮/୧୧( ସୁରେଶ ଚନ୍ଦ୍ର ସାହୁ):ସରକାର ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଏମିତିକି ଶି ତାଲିମ କେନ୍ଦ୍ର କରି ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଯୋଗାଇ ଦେଇ ସ୍ୱାବଲମ୍ବୀ କରୁଛନ୍ତି । ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଶିଳାନ୍ୟାସ କଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ଶିଳ୍ପ ତାଲିମ କେନ୍ଦ୍ର କିନ୍ତୁ ଭୁଲିଗଲେ ଓ ବର୍ତ୍ତମାନ ଆଶଙ୍କା ମଧ୍ୟରେ ରହିଛି ଶିଳ୍ପ ତାଲିମ କେନ୍ଦ୍ର କାର୍ଯ୍ୟକ୍ଷମ । ତେବେ ଗତ ୨୦୧୯ ରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭିଡିଓ କନଫରେନସିଂ ଜରିଆରେ ଧର୍ମଗଡ ଠାରେ ଏକ ଶିଳ୍ପ ତାଲିମ କେନ୍ଦ୍ରର ଶିଳାନ୍ୟାସ କରାଯାଇଥିଲା । ଶିଳାନ୍ୟାସ ପରେ ଧର୍ମଗଡ ର ଜନସାଧାରଣଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା ଧର୍ମଗଡ ଅଞ୍ଚଳର ଶିକ୍ଷିତ ବେକାର ଯୁବକ ଯୁବତୀ ଏହି ତାଲିମ କେନ୍ଦ୍ରରୁ ତାଲିମ ପାଇ ନିଜକୁ ସ୍ଵାବଲମ୍ବୀ କରିବାର ଆଶା ବାନ୍ଧିଥିଲେ । ହେଲେ ଶିଳାନ୍ୟାସର ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହି ତାଲିମ କେନ୍ଦ୍ର କାର୍ଯ୍ୟକ୍ଷମ ନହେବା ଏବଂ ତାଲିମ କେନ୍ଦ୍ର ପାଇଁ ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ପ୍ରକ୍ରିୟା ଶେଷ ନହେବା ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଆଶା ବାନ୍ଧି ଥିବା ଯୁବକ ଯୁବତୀ ତଥା ଜନସାଧାରଣ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନ୍ୟପଟେ ନିର୍ବାଚନକୁ ଦେଖି ନବୀନ ସରକାର ଧର୍ମଗଡ ଜନସାଧାରଣଙ୍କୁ ଲଲିପପ୍ ଖୁଆଇଛନ୍ତି ବୋଲି ଲୋକେ ମତ ଦେଇଛନ୍ତି । ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫରୁ ଧର୍ମଗଡ ରେ ଏକ ଶିଳ୍ପ ଓ ତାଲିମ ଅନୁଷ୍ଠାନ ପାଇଁ ନିଷ୍ପତି ନିଆ ଯାଇଥିଲା । ତେବେ ଏଥିପାଇଁ ସରକାରଙ୍କ ତରଫରୁ ୧୦ କୋଟି ୩୫ ଲକ୍ଷ ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ପାଇଁ ଆହ୍ବାନ କରାଗଲା ହେଲେ ଟେଣ୍ଡର ପାଇଁ ବିଭିନ୍ନ ସଂସ୍ଥା ଆବେଦନ କଲେ ହେଲେ ଆଜି ପର୍ଯ୍ୟନ୍ତ ଟେଣ୍ଡର ଖୋଲା ଯାଇନାହିଁ । ହେଲେ ଏଭଳି ପରିସ୍ଥିତି ରେ ଧର୍ମଗଡ ଜନସାଧାରଣ ଶିଳ୍ପ ତାଲିମ କେନ୍ଦ୍ରକୁ ନେଇ ଆଶା ଆଶଙ୍କା ରେ ରହି ଯାଇଛନ୍ତି । ତେବେ ଏନେଇ ଧର୍ମଗଡ ବିଧାୟକ ମୌଷଧ ବାଗଙ୍କୁ ଯୋଗାଯୋଗ କରିବାରୁ ପୁନବାର ଟେଣ୍ଡର କରାଯାଇ ଶିଳ୍ପ ତାଲିମ କେନ୍ଦ୍ର କାମ ଖୁବ ଶିଘ୍ର କରାଯିବା ପାଇଁ ପ୍ରକ୍ରିୟା ଶେଷ ହୋଇଯାଇଛି ବୋଲି ଅତି ହାଲୁକା ଭାବେ କହିଛନ୍ତି । ନବୀନ ସରକାର ଧର୍ମଗଡରେ ଶିଳାନ୍ୟାସ କରି ଶିଳ୍ପ ତାଲିମ କେନ୍ଦ୍ରର ଯେଉଁ ଲଲିପପ୍ତ ଧର୍ମଗଡ଼ ଜନସାଧାରଣଙ୍କୁ ଦେଇଛନ୍ତି ତାହାର ତୁରନ୍ତ କାର୍ଯ୍ୟକ୍ଷମ ନକଲେ ଆଗାମୀ ଦିନରେ ଜନସାଧାରଣଙ୍କ ତରଫରୁ ଭୟାବହ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: