ନବରଙ୍ଗପୁର(ମିହିର ଶଙ୍କର ପାତ୍ର,),୯।୧ :-ଅଞ୍ଚଳରେ ଦୁଇ ଦିନ ହେଲା ବଢିଛି ଶୀତ ର ପ୍ରକୋପ ପାରଦ ହଠାତ ତଳ ମୁହାଁ ହେବା ଆରମ୍ଭ କରିଛି ଆଗାମୀ ୨/୩ ଦିନରେ ଶୀତ ଆହୁରି ବଢ଼ିବା ସୂଚନା ଦେଉଛି। ଶୀତ ବଢିବା ଯୋଗୁଁ ଲୋକ ମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ପାଖରେ ବସିବା ଦୃଶ୍ୟ ଦେଖିବାକୁ ମିଳୁଛି। ଅନେକ ଲୋକ ଘରୁ ପଦାକୁ ବାହାରୁ ନାହାଁନ୍ତି । କିଛି ଲୋକ ଶୀତ କୁ ଉପଭୋଗ କରୁଛନ୍ତି, ମୁଖ୍ୟତଃ ଅଧିକାଂଶ ଯୁବ ପିଢ଼ିଙ୍କ ମଧ୍ୟରେ ସକାଳୁ ସକାଳୁ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି ପଡିଆ ଓ ଖୋଲା ସ୍ଥାନ ମାନଙ୍କରେ ନିଜକୁ ଫିଟ୍ ଆଉ ଗରମ ରଖିବାକୁ ବିଭିନ୍ନ ବ୍ୟାୟାମ କରୁଛନ୍ତି। ନବରଙ୍ଗପୁର ଜିଲ୍ଲା କୁ ସାଧାରଣତଃ ନଭେମ୍ବର ମାସରୁ ଶୀତ ଆରମ୍ଭ ହୋଇ ଡିସେମ୍ବର ୧୫ ଠାରୁ ଜାନୁୟାରୀ ୧୫ ବା ଶେଷ ଯାଏ ପ୍ରବଳ ଶୀତ ଅନୁଭୂତ ହୋଇଥାଏ। ବର୍ତ୍ତମାନ ଶୀତ ଆରମ୍ଭ ହୋଇଛି ଆଗକୁ ଆହୁରି ତାପମାତ୍ରା କମିବା ସହ ଆହୁରି ଅଧିକ ଶୀତ ହେବା ଆଶଙ୍କା ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |