ଶୀତଳ ଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର: ଆଜି ମାତା ପାର୍ବତୀଙ୍କ ଘର ଅଭିମୁଖେ ବାହାରିବେ ମହାଦେବ

ସମ୍ବଲପୁର,୦୪/୦୬:  ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ଦେବ ଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ବିବାହ ପାଇଁ ସମ୍ବଲପୁରରେ ଦେବତା, ଗନ୍ଧର୍ବ, କିନ୍ନରଙ୍କ ସମାଗମ ହୋଇଛି । ଶନିବାର ବର ବେଶରେ ମାତା ପାର୍ବତୀଙ୍କ ଘର ଅଭିମୁଖେ ବାହାରିବେ  ସଂହାରକର୍ତ୍ତା ଶିବ । ଏହି ଯାତ୍ରା ପାଇଁ ଇତିମଧ୍ୟରେ ପତରପେଣ୍ଡି ଏବଂ ଗୁଣାଗୁଣ୍ଡା ନୀତି ସଂପନ୍ନ ହୋଇସାରିଛି । ଆସନ୍ତାକାଲି ଦିନତମାମ ବିଭିନ୍ନ ବିବାହ ପୂର୍ବ ନୀତି ସଂପନ୍ନ ହେବ। ଗତବର୍ଷର କନ୍ୟାପିତାମାତା ମାନଙ୍କ ଗଣ୍ଠଳି ଫିଟା ପରେ ଏକବର୍ଷର କନ୍ୟା ପିତାମାତାମାନେ ମାତା ପାର୍ବତୀଙ୍କୁ ପାଛୋଟି ନେବେ । ମାଁ ଘରେ ମାତା ପାର୍ବତୀଙ୍କ ବନ୍ଦାପଣା, ଗନ୍ଧଷଣ, ହରିଦ୍ରାଲେପନ ଆଦି ସମସ୍ତ ନୀତି ପରେ ରାତିରେ ମାଁଙ୍କୁ କନ୍ୟା ବେଶରେ ସଜ୍ଜିତ କରାଯିବ । ସେପଟେ, ସବୁ ମନ୍ଦିରରେ ମହାଦେବଙ୍କ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇ ପ୍ରଭୁଙ୍କ ତୈଳାଭିଷେକ, ଗନ୍ଧଷଣ ଆଦି ସମସ୍ତ ନୀତି ଅନୁଷ୍ଠିତ ହେବ । ଆଉ ରାତିରେ ଆକର୍ଷଣୀୟ ପରଭାରେ ସୁସଜ୍ଜିତ ବିମାନରେ ମହାଦେବ ବିରାଜମାନ କରିବେ । ମଧ୍ୟରାତ୍ରରେ ମହାଆଳତୀ ପରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ଓ ସାଂସ୍କୃତିକ ଦଳଙ୍କ ସହ ବରଯାତ୍ରୀରେ କନ୍ୟା ଘର ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: