ବ୍ରହ୍ମପୁର-୧୯/୦୯(ମନୋଜ କୁମାର ପାତ୍ର): ପରିସ୍ଥିତିରେ ପଡି ବଦଳିଯାଏ ଲୋକଙ୍କ ଭାଗ୍ୟ । ଘର ଦ୍ବାର ଓ ପରିବାର ଥାଇ ସୁଦ୍ଧା ସେମାନେ ସମସ୍ତଙ୍କ ପାଇଁ ଅଲୋଡ଼ା । ଦିନ ଥିଲା ରୋଜଗାର କରି ପରିବାର ଚଳାଉଥିଲେ। ହେଲେ ବିଧିର ବିଧାନ ସବୁ କିଛି ବଦଳିଗଲା। ନିଜ ଲୋକ ହୋଇଗଲେ ପର। ବାଧ୍ୟ ହୋଇ ଘରଦ୍ୱାର ଏପରିକି ପରିବାର ଲୋକଙ୍କୁ ଛାଡ଼ି ଦାଣ୍ଡର ଭିକାରୀ ହୋଇଗଲେ ଆଉ ପର ହତଟେକାକୁ ଅନେଇବାକୁ ବଧ୍ୟହେଲେ ଏମାନେ। ହଁ ଆମେ କହୁଛୁ ସେମାନଙ୍କ କଥା, ଯେଉଁ ମାନଙ୍କର କେହି ନାହାନ୍ତି, ଆଉ ଯେଉଁ ମାନଙ୍କର ସମସ୍ତେ ଥାଇବି ନଥିଲା ସଙ୍ଗେ ସମାନ ସେଠି ପହଞ୍ଚୁଚୁ ଆମେ। ଆମେ ଟିମ କ୍ଲିନ୍ ସିଟି, ବ୍ରହ୍ମପୁର। ଏକ ଅଗ୍ରଣୀ ସ୍ବେଛାସେବୀ ସଂଗଠନ। ଦୀର୍ଘ ଦୁଇ ବର୍ଷ ଧରି ସାମାଜିକ ସେବାରେ ନିଜକୁ ବ୍ରତି ରଖିଛନ୍ତି ଟିମର ସଦସ୍ୟ ମାନେ। ଆଜି ଟିମ୍ ପକ୍ଷରୁ ଦୁଇଜଣ ଏଭଳି ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇ ନିଜକୁ ଗର୍ବ ଅନୁଭବ କରୁଛୁ। ଜଣେ ଭିକାରୀ ଦାସ ଯାହାଙ୍କ ଘର ଭାବିନିପୁରରେ ଏବଂ ଅନ୍ୟ ଜଣେ ହେଉଛନ୍ତି ବିଜୟ ବିହାର ଅଞ୍ଚଳର ଶୁକଦେବ ସାହୁ। ଉଭୟଙ୍କୁ ସେବା ପ୍ରଦାନ କରି ଟିମର କାର୍ଯ୍ୟକୁ ଆଗକୁ ନିଆଯାଇଛି। ଆଜି ସୁଦ୍ଧା ଟିମ୍ ପକ୍ଷରୁ ମୋଟ ୮୬ଜଣ ଅସହାୟ ନିରାଶ୍ରୟଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ଟିମର ଏଭଳି ନିରବଚ୍ଛିନ୍ନ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |