ଶୂନ୍ୟକାଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍

ଭୁବନେଶ୍ବର,୨୪।୩: ଶୂନ୍ୟକାଳରେ ରାଜ୍ୟରେ ଅପପୃଷ୍ଟି ଜନିତ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ନଗଡ଼ାଠୁ କଳିଙ୍ଗନଗର ଚିତ୍ର ଆହୁରି କଦର୍ଯ୍ୟ ରହିଛି। କେବଳ ନଗଡ଼ା କି କଳିଙ୍ଗ ନଗର ନୁହେଁ ଓଡିଶାରେ 19 ପ୍ରତିଶତ ଛୁଆ କମ ଓଜନର ଜନ୍ମ ହେଉଛନ୍ତି।ଶୂନ୍ୟକାଳରେ କେନ୍ଦ୍ର  ଅବହେଳା କଥା ଉଠାଇଲେ ବିଜେଡି ବିଧାୟକ ଅରୁଣ ସାହୁ। ଗମନାଗମନ ପ୍ରସଙ୍ଗକୁ ନେଇ  ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ। ଖୋର୍ଦ୍ଧା ବଲାଙ୍ଗୀର ପ୍ରକଳ୍ପ ଉଠାଇ ସେ କହିଥିଲେ, ରେଳ ବଜେଟରେ କେନ୍ଦ୍ର ସରକାର ଯାହା ଅର୍ଥ  ଘୋଷଣା କରନ୍ତି, ତାହା ଦିଅନ୍ତନି। ଏବେ ବି ଓଡ଼ିଶାର ବହୁ ଜିଲ୍ଲାକୁ ରେଳ ସଂଯୋଗ ଯାଇନାହିଁ।31 ପ୍ରତିଶତ ଛୁଆ ପୁଷ୍ଟିହୀନତାର ଶିକାର। ସେହିପରି 64 ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି। ରାଜ୍ୟର ଏ ସ୍ଥିତିକୁ ଦେଖିଲେ ପ୍ରଶ୍ନ ଆସୁଛି,  ଏଇଟା କଣ ମୋ ସରକାର, ଏଇଟା କଣ 5-T , ଏହା କଣ ଓଡ଼ିଶାର ବିକାଶ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ। ବିଭାଗୀୟ ମନ୍ତ୍ରୀ ଏ ନେଇ ଗୃହରେ ଏକ ବିବୃତି ରଖିବାକୁ ଦାବି କରିଛନ୍ତି ଜୟନାରାୟଣ।ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇ ବିଧାୟକ କହିଥିଲେ, କେନ୍ଦ୍ର କେବଳ ବଡ଼ ବଡ଼ ଘୋଷଣା କରୁଛନ୍ତି, ହେଲେ ଦେଉନାହାନ୍ତି। କେନ୍ଦ୍ର ସରକାର କେତେ ଟଙ୍କା ଦେଇଛନ୍ତି ଓ କେତେ ଖର୍ଚ୍ଚ କରିଛନ୍ତି ହିସାବ ଦିଅନ୍ତୁl ତେଣୁ ବାଚସ୍ପତି ରୁଲିଂ ଦିଅନ୍ତୁ।ସେପଟେ ଅରୁଣ ସାହୁଙ୍କୁ କଡ଼ା ଜବାବ ଦେଇ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଥି‌ଲେ, କେନ୍ଦ୍ର ଟଙ୍କା ଦେଉଥିଲେ ବି ରାଜ୍ୟ ସରକାର ଜମି ଯୋଗାଇ ଦେଉନାହାନ୍ତି। ତାଳେଚର-ବିମଳାଗଡ଼ ରେଳ ଲାଇନ ପାଇଁ କ୍ରମାଗତ ଟଙ୍କା ଆସୁଥିଲେ ବି ରାଜ୍ୟ ସରକାର ଜମି ଦେଉ ନଥିବାରୁ କାମ ଆଗେଇ ପାରୁନି। ତେଣୁ ବାଚସ୍ପତି ରୁଲିଂ ଦିଅନ୍ତୁ। ସରକାର କେବେ ସୁଦ୍ଧା ଜମି ଯୋଗାଇ ଦେବେ ତାହାର ଉତ୍ତର ଗୃହରେ ରଖନ୍ତୁ ବୋଲି ଗୃହରେ ଦାବି କରିଥିଲେ ବିଜେପି ବିଧାୟକ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!