ଶ୍ରୀନଗର ୧୦/୧୧: ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଛି। ଶୋପିୟାନର କୁତପୋରା ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ଘେରିଛନ୍ତି। ଦୁଇ ପଟୁ ଫାୟାରିଂ ଚାଲିଛି। କୁହାଯାଉଛି ଯେ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀମାନେ ଲୁଚି ରହିଥିବାର ଇନପୁଟ୍ ମିଳିଥିଲା। ଏହା ପରେ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ଫାୟାରିଂ ଆରମ୍ଭ କରି ଦେଇଥିଲେ। ଜାମ୍ମୁ-କାଶ୍ମୀର ପୋଲିସ ସହ ସିଆରପିଏଫ ଏବଂ ସେନାର ଯବାନ ଏନକାଉଣ୍ଟର କରୁଛନ୍ତି। ଏହା ପୂର୍ବରୁ ସୁରକ୍ଷାକର୍ମୀ ପୁଲଓ୍ବାମାର ମେଜ ପମ୍ପୋରରେ ଗୁଳି ବିନିମୟ ସମୟରେ ୨ଜଣ ଆତଙ୍କବାଦୀଙ୍କୁ ନିହତ କରିଥିବାବେଳେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲା। ଏହି ଏନକାଉଣ୍ଟର ସମୟରେ ୨ଜଣ ସ୍ଥାନୀୟ ଲୋକ ମଧ୍ୟ ଆହତ ହୋଇଥିଲେ,ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |