ଶୋପିଆରେ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗ୍ରେନେଡ ମାଡ଼, ୨ ଆହତ

ଶ୍ରୀନଗର , ୦୪|୦୬:     ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି । ଆତଙ୍କବାଦୀମାନେ ଶୋପିଆନରେ ପ୍ରବାସୀ ଶ୍ରମିକମାନଙ୍କ ଉପରକୁ ଗ୍ରେନେଡ ମାଡ଼ କରିଛନ୍ତି । ଏହି ଗ୍ରେନେଡ ମାଡ଼ରେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜମ୍ମୁ  ଦୀର୍ଘ ୨୬ ଦିନରେ ଆତଙ୍କବାଦୀମାନେ ଅଧିକ ସକ୍ରିୟ ହୋଇଛନ୍ତି । ଏହାରି ମଧ୍ୟରେ ୧୦ଟି ଅଘଟଣ ଘଟି ସାରିଛି । ଗ୍ୟାସ ବିସ୍ଫୋରଣ କାରଣରୁ ଶ୍ରମିକମାନେ ଆହତ ହୋଇଥିଲେ । କିନ୍ତୁ ପୋଲିସ ସ୍ପଷ୍ଟ କରିଦେଇଛି ଯେ, ଏହା ଆତଙ୍କବାଦୀ ଆକ୍ରମଣ । ସିଲିଣ୍ଡର ବିସ୍ଫୋରଣ ଘଟଣା ନୁହେଁ ।   ସୂଚନାଯୋଗ୍ୟ, ଗୁରୁବାର ବଡ଼ଗାମରେ ଇଟାଭାଟିରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଗୁରୁତର ପ୍ରବାସୀ ଶ୍ରମିକଙ୍କୁ ଶ୍ରୀନଗରସ୍ଥିତ ଏସ୍‌ଏମ୍‌ଏଚ୍‌ଏସ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆତଙ୍କବାଦୀମାନେ ଶ୍ରମିକଙ୍କ ଉପରେ ବଡଗାମର ମଗରେପୋରା ଅଞ୍ଚଳରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଜୀବନ ହାରିଥିବା ପ୍ରବାସୀ ଶ୍ରମିକଙ୍କ ନାମ ଦିଲଖୁସ ବୋଲି ଜଣାପଡ଼ିଛି । ସେ ବିହାର ନିବାସୀ ଥିଲେ ଏବଂ ଗୁରତର ବ୍ୟକ୍ତିଙ୍କର ନାମ ରାଜନ, ଯିଏକ ପଂଜାବ ନିବାସୀ ଥିଲେ । କାଶ୍ମୀର ପଣ୍ଡିତଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ବଢିବା ପରେ ଜମ୍ମୁ-କାଶ୍ମୀର ପ୍ରଶାସନ ସମସ୍ତ କର୍ମଚାରୀଙ୍କ ବଦଳି କରିବା ନେଇ ନିର୍ଦ୍ଦେଶ ଜାରି କରିଥିଲା । ସମସ୍ତଙ୍କୁ ଜୁନ ୬ ସୁଦ୍ଧା ସୁରକ୍ଷିତ ସ୍ଥାନକୁ ପଠାଯିବା ପ୍ରକ୍ରିୟା ଶେଷ ହୋବ ବୋଲି ପ୍ରଶାସନ ତରଫରୁ କୁହାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: