ରାଉରକେଲା: ୬/୧୦, (ଫିରୋଜ କୁମାର ବେହେରା): ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଏବଂ ଭାରତ ସରକାରଙ୍କ ଶ୍ରମମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଦତ୍ତପାନ୍ତ ଠେଙ୍ଗଡ଼ି ଜାତୀୟ ଶ୍ରମିକ ଶିକ୍ଷା ପ୍ରତିଷ୍ଠାନ ମିଳିତ ସହଯୋଗରେ ଗ୍ରାମାଞ୍ଚଳରେ ବାସକରୁଥିବା ଶ୍ରମିକ ମାନଙ୍କ ପାଇଁ ଏକ ଦୁଇଦିନିଆ ସଚେତନତା କର୍ମଶାଳା ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଲାଠିକଟା ବ୍ଲକ ଅନ୍ତର୍ଗତ ଅସୁରଛପଲ ସ୍ଥିତ ଗୁରୁଗୋମୋକୋ ସାଂସ୍କୃତିକ ସଙ୍ଘ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ ଜାତୀୟ ଶ୍ରମିକଶିକ୍ଷା ପ୍ରତିଷ୍ଠାନର ବରିଷ୍ଟ ଶିକ୍ଷାଧିକାରୀ ଧର୍ମେନ୍ଦ୍ର ମିଶ୍ର ଗ୍ରାମୀଣ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା, ଶ୍ରମ ବିବାଦ ଆଇନ, କାର୍ଯ୍ୟକ୍ଷେତ୍ରରେ ସାମାଜିକ ସୁରକ୍ଷା, ସର୍ବନିମ୍ନ ମଜୁରୀ ଆଇନ, ନିର୍ମାଣ ଶ୍ରମିକ ମାନଙ୍କ ଆଇନଗତ ଅଧିକାର, ରାଜ୍ୟ କର୍ମଚାରୀ ବୀମା ଯୋଜନ, ସର୍ବପରି ବିଶ୍ୱ ମହାମାରୀ କରୋନା ଭୂତାଣୁ ଓ ନିରାକରଣ ସମ୍ପର୍କରେ କରିଥିଲେ ।
ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ର ସହ ସମ୍ପାଦିକା ଶ୍ରୀମତୀ ସଚଳା ପଣ୍ଡା ମହିଳା ଶ୍ରମିକ ମାନଙ୍କର ମୌଳିକ ଅଧିକାର, ଶିକ୍ଷା ଅଧିକାର ଆଇନ, ବାଳଅପରାଧୀ ମାନଙ୍କ ସୁଧାର, ସର୍ବଶିକ୍ଷା ଅଭିଯାନ, ଶିଶୁ ଶ୍ରମିକ ଉଛେଦ, କନ୍ୟା ଭୃଣହତ୍ୟା, ଘେରେଇ ହିଂସା, ଓ ମହିଳା ସଶକ୍ତି କାରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସ୍ଥାନୀୟ ଗାଁ ମୁଖିଆ ଶିବ ଚରଣ ଟୁଡୁ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଗ୍ରାମ୍ୟ ପରିବେଶ, କ୍ଷେତ, କୃଷିଜାତ ଉତ୍ପାଦନ ପ୍ରକ୍ରିୟାରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କର ସ୍ୱାସ୍ଥ୍ୟ, ସୁରକ୍ଷା, ସାମାଜିକ ମୂଲ୍ୟବୋଧ, ସ୍ୱଚ୍ଛ ଭାରତ ମିଶନ ଏବଂ ଗ୍ରାମ୍ୟ ପରିବେଶ ଉପରେ ସେ ଅଧିକ ଗୁରୁତ୍ୱ ଦେଇଥିଲେ। ଅନ୍ୟମାନଙ୍କ ମଧରେ ଗୁରୁଗୋମକୋ ସାନ୍ତାଳୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଲଷ୍ମୀ ହାଁସଦା, ମାୟା ବାସ୍କେ, ରାଣୀ ବେସେରା , ଡ଼ିଙ୍ଗି ସୋରେନ, ରମାଦେବୀ ମୁର୍ମୁ, ଆଶା ଲାଗୁରୀ, ଦୁଲ୍ଳାରି ମୁର୍ମୁ, ମିନାକ୍ଷୀ ନାୟକ, ହେନା ନାୟକ, ଗୀତାଞ୍ଜଳି ସାହୁ, ସବିତା ମୁଣ୍ଡାରୀ ପ୍ରମୁଖ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେହିପରି ଦ୍ୱିତୀୟ ଦିବସରେ ଟ୍ରଷ୍ଟ ର ସମ୍ପାଦକ ଅରୁଣ କୁମାର ପରିଡା କରୋନା ରୋଗର ନିରାକରଣ, ସାବୁନୁରେ ହତଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ସର୍ବୋପରି ପରିଷ୍କାର ପରିଛନତା ଓ ମାକ୍ସ ବେବହାର ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ଅନ୍ୟମାନଙ୍କ ଭିତରେ ବରିଷ୍ଟ ଶିକ୍ଷାଧିକାରୀ ଧର୍ମେନ୍ଦ୍ର ପ୍ରଧାନ, ଦୁଲି ମୁର୍ମୁ, ହିରାବତୀ ମୁର୍ମୁ, ଫୁଳମଣୀ ବାସ୍କେ, ପ୍ରଭାତୀ ଧଳ, କିରଣ ମାରାଣ୍ଡି, ଲଷ୍ମୀ ହେମ୍ବ୍ରମ, ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି କରୋନା ସଚେତନତା ଉପରେ ଆଲୋଚନା କରିଥିଲେ । ଶେଷରେ ଫୁଲ କୁମାରୀ ସୋଏ ଧନ୍ୟବାଦ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |