ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିପଦ: ନାଟମଣ୍ଡପରେ ଫାଟ

ପୁରୀ,୧୧/୦୬: ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିପଦ| ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ଛାତକୁ ଧରି ରଖିଥିବା କଲମ କାପିଟାଲ ବିମ୍‌ରେ ଫାଟ ଠାବ କରାଯାଇଛି । ନାଟମଣ୍ଡପ ମରାମତି ପର୍ଯ୍ୟାୟରେ ଛାତରୁ ଚୂନ ଛଡ଼ାଯିବା ବେଳେ ଏହି ଫାଟଗୁଡ଼ିକ ପଦାକୁ ଆସିଛି । ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ୫୦୦ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା । ଏହାର ମରାମତି ହୋଇ ନଥିଲା । ମରାମତି ନିମନ୍ତେ ଛାତର ସ୍ଥିତି ଅନୁଧ୍ୟାନ କରିବାକୁ ଚୂନ ଛଡ଼ା ଯାଇଥିଲା । ଚୂନ ଛଡ଼ାଇବା ବେଳେ ବିମ୍‌ର ଫାଟ ରହଥିବା ଏବଂ ଛାତ ନଷ୍ଟ ହୋଇ ଦୁଇଟି ଲୁହା ଛଡ଼ ଝୁଲି ରହିଥିବାର ଦେଖାଯାଇଥିଲା । ଏହି ତଥ୍ୟ ପଦାକୁ ଆସିବା ପରେ ପରେ ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ସୁରକ୍ଷା ନେଇ ବିଶେଷଜ୍ଞମାନଙ୍କ ମଧ୍ୟରେ ତନାଘନା ଚାଲିଛି । ଶ୍ରୀମନ୍ଦିର ଜଗମୋହନ ଭଳି ଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ କଲମ କାପିଟାଲ ବିମ୍‌ରେ ଏହି ଫାଟ ଦେଖା ଯାଇଛି । ଏହି ବିମ୍‌ ସମ୍ପୂର୍ଣ୍ଣ ଛାତକୁ ସୁରକ୍ଷା ଯୋଗାଉଛି । ଶ୍ରୀମନ୍ଦିର ଜଗମୋହନ ଛାତର ସ୍ଥାୟୀ ସୁରକ୍ଷା ପାଇଁ ଷ୍ଟେନଲେସ୍‌ ଷ୍ଟିଲର ଝୁଲା ଭାରା ଦିଆଯାଇଛି । ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ଗରୁଡ଼ ମୂର୍ତ୍ତି ଉପରେ ରହିଥିବା କଲମ କାପିଟାଲ ବିମ୍‌ ସମ୍ପୂର୍ଣ୍ଣ ଛାତକୁ ଧରି ରଖିଛି । ତେଣୁ କରି ଦିନ ରାତି ଲାଗି ସମ୍ପୂର୍ଣ୍ଣ ଛାତରୁ ଚୂନ ଛଡ଼ାଯାଇ ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ପ୍ରାଥମିକ ସୁରକ୍ଷା ବ୍ୟବସ୍ଥାରେ କଲମ କାପିଟାଲ ବିମ୍‌ ଧରି ରଖିଥିବା ଛାତର ଆଖପାଖ ଇଲାକାକୁ ଭାରା ଦେଇ ସୁରକ୍ଷା ଦିଆଯିବ । ରଥଯାତ୍ରା ପରେ ଏହି ସ୍ଥାନରେ ଷ୍ଟେନଲେସ୍‌ ଷ୍ଟିଲ ଫ୍ରେମର ଭାରା ଦିଆଯିବ ବୋଲି ସୂଚନା ମିଳିଛି । ଶ୍ରୀଜଗନ୍ନାଥ ମନ୍ଦିର ତଥା ପରମ୍ପରାର ଗବେଷକ ଭାସ୍କର ମିଶ୍ର, ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ପ୍ରଥମେ ଶ୍ରୀଗୁଣ୍ଡିଚା ମନ୍ଦିର ନିର୍ମାଣ ହୋଇ ନଥିଲା । ଏହି ସ୍ଥାନରେ ଏକ ମଣ୍ଡପ ନିର୍ମାଣ ହୋଇଥିଲା । ଏହି ମଣ୍ଡପ ଉପରେ ମହାପ୍ରଭୁ ରଥଯାତ୍ରାରେ ଆସି ଅଧିଷ୍ଠିତ ହୋଇଥିଲେ । ଏହାକୁ ଜନ୍ମବେଦି, ଗୁଣ୍ଡିଚା ମଣ୍ଡପ, ଯଜ୍ଞବେଦି ଆଦି ନାମରେ ନାମକରଣ କରାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: